www.samajalive.in
Sunday, December 14, 2025
26.1 C
Bhubaneswar

ଖଇରନ୍ଧା ସାହିରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବାକୁ ଦାବି   

ପାଟଣା : ଟାଟା ପାୱାର ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମର ନ ବସାଇବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏପରି ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ପଲାଣିଘାଟି ପଞ୍ଚାୟତ ଅନ୍ତର୍ଗତ କୁମୁଳାବାହାଳି ଖଇରନ୍ଧା ସାହିରେ ଗୋଟିଏ ୨୫କେ.ଭି ଟ୍ରାନ୍ସଫର୍ମର ୩ଶହ ଘରକୁ ବିଦ୍ୟୁତ ଯୋଗାଉଛି। ଫଳରେ ଟ୍ରାନ୍ସଫାର୍ମରଟି କମ୍ ପରିମାଣ ବିଦ୍ୟୁତ ଦେଉଥିବାରୁ ଲୋ-ଭୋଲଟେଜ୍ ନେଇ ଗ୍ରାମବାସୀ ପାଟଣା ଟାଟା ପାୱାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଏକ ନୂଆ ଟ୍ରାନ୍ସଫର୍ମର ବସାଇବାକୁ ଲିଖିତ ଆକାରରେ ପୂର୍ବରୁ ଅଭିଯୋଗ କରିଥିଲେ। ତେବେ ଟାଟା ପାୱାର ବିଦ୍ୟୁତ ବିଭାଗ ଏକମାସରୁ ଅଧିକ ସମୟ ହେବା ପରେ ମଧ୍ୟ  କୌଣସି ପଦକ୍ଷେପ ନେଇ ନଥିବା ବେଳେ ପୁଣି ଆଜି କୁମୁଳାବାହାଳି ଖଇରନ୍ଧା ସାହିର ପୁରୁଷ ମହିଳା ମିଶି ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟକୁ ଆସି ଆଉ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏନେଇ ପାଟଣା ଟାଟା ପାୱାର ଅଧିକାରୀ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ଏ ସଂପର୍କରେ ବୁଝି କହିବେ ବୋଲି ସୂଚନା ଦେଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories