www.samajalive.in
Sunday, December 14, 2025
23.1 C
Bhubaneswar

ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର-୨୦୨୩

ଫୁଲବାଣୀ : ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ୨୨ ଦିନ ଧରି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର -୨୦୨୩ ଆୟୋଜନ ପାଇଁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର କନ୍ଧମାଳ ଷ୍ଟାଡିୟମରେ ୦୧.୦୫.୨୦୨୩ ରିଖରୁ ୮.୦୫.୨୦୨୩ ରିଖ ପର୍ଯ୍ୟନ୍ତ ସକାଳେ ଏବଂ ଅପରାହ୍ନରେ ଫୁଟବଲ୍ ଶୃଙ୍ଖଳା ପାଇଁ ଏହି ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର -୨୦୨୩ରେ ଅଂଶ ଗ୍ରହଣ କରିବାକୁ ୮ରୁ ୧୨ ବର୍ଷ ବୟସର ଉଭୟ ବାଳକ ଓ ବାଳିକାମାନଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ୧୦ ରୁ ୧୫ ବର୍ଷ ବୟସର ବାଳକ-ବାଳିକାମାନଙ୍କ ପାଇଁ ଭାରୋତ୍ତୋଳନ ଶୃଙ୍ଖଳାର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର-୦୨୩ ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହି ସବୁ ଶିବିରରେ ଅଂଶଗ୍ରହଣ କରିବା ପାଇଁ ୟୁନିଫର୍ମ (ଟି-ସାର୍ଟ, ସର୍ଟସ ଏବଂ ଜୋତା) ସହିତ ପଞ୍ଜିକରଣ ପାଇଁ ସେମାନଙ୍କର ଫଟୋ ଓ ଆଧାର କାର୍ଡ ସାଙ୍ଗରେ ଆଣିବେ। ଏହି ଶିବିର ଶେଷ ହେବା ପରେ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories