www.samajalive.in
Monday, December 15, 2025
15.1 C
Bhubaneswar

ଦୁନିଆର ସବୁଠୁ ସୁରକ୍ଷିତ ଘର; ପରମାଣୁ ବୋମାର ମଧ୍ୟ ପଡ଼ିବନି ପ୍ରଭାବ

ୱାର୍‍ସ: ସାଧାରଣତଃ ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ତେଣୁ ଯେତେବେଳେ ଆମେ ନୂଆ ଘର କିଣୁ କିମ୍ବା ତିଆରି କରୁ ସେତେବେଳେ ଏହାର ସୁରକ୍ଷା ବ୍ୟବସ୍ଥା ବିଷୟରେ ପ୍ରଥମେ ଭାବି ଥାଉ। ଯାହାଦ୍ୱାରା ଆମ ଘର ଉପରେ କୌଣସି ବିପଦ ନ ଆସୁ ତଥା ଆମ ଘର ସୁରକ୍ଷିତ ରହୁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘର ବିଷୟରେ କହିବୁ, ଯାହା ହେଉଛି ଦୁନିଆର ସବୁଠାରୁ ସୁରକ୍ଷିତ ଘର। କୁହାଯାଏ, ଏହି ଘର ଏତେ ସୁରକ୍ଷିତ ଯେ ଏହା ଉପରେ ପରମାଣୁ ବୋମାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ।

- Advertisement -

ସୂଚନା ଅନୁସାରେ, ପୋଲାଣ୍ଡର ରାଜଧାନୀ ୱାର୍‍ସରେ ବାସ କରୁଥିବା ଜଣେ ବ୍ୟକ୍ତି ଏଭଳି ଏକ ଘର ନିର୍ମାଣ କରାଇବାକୁ ଚାହିଁଲେ, ଯାହା ବହୁତ ସୁରକ୍ଷିତ ହୋଇଥିବ। ଏଥିପାଇଁ ସେ ପୋଲାଣ୍ଡର ଲୋକପ୍ରିୟ ଆର୍କିଟେକ୍‍ଚର୍‍(ସ୍ଥପତି) କମ୍ପାନୀ କେଡବ୍ଲ୍ୟୁକେ ପ୍ରୋମ୍ସ ସହ କଥାବର୍ତ୍ତା କଲେ ଓ କହିଲେ ତାଙ୍କୁ ଅଧିକତମ ସୁରକ୍ଷିତ ଘର ଦରକାର। ଏହାପରେ କମ୍ପାନୀ ଯେଉଁ ଘର ନିର୍ମାଣ କରିଥିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

କେଡବ୍ଲ୍ୟୁକେ ପ୍ରୋମ୍ସ ଏହି ଘର ନିର୍ମାଣ କରିବାକୁ ଏକ ଚ୍ୟାଲେଞ୍ଜ୍‍ ଭାବେ ଗ୍ରହଣ କଲା ଓ ନିଜ ଗ୍ରାହକଙ୍କ ପାଇଁ ଯେତିକି ଆବଶ୍ୟକ ତା’ଠାରୁ ଅଧିକ ସୁରକ୍ଷିତ ଘର ନିର୍ମାଣ କଲା।

ସୂଚନା ଅନୁସାରେ, ଏହି ଘର ଦୁନିଆର ସବୁଠାରୁ ସୁରକ୍ଷିତ ଘର ଭାବେ ମାନ୍ୟତା ପାଇଛି। ଘରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଗୋଟିଏ ବଟନ୍‍ ଦବାଇଲେ ଏହାର ଉପର-ତଳ, ଆଗ-ପଛ ସବୁ ଦିଗରୁ କଂକ୍ରିଟ୍‍ କାନ୍ଥ ଦ୍ୱାରା ଆବଦ୍ଧ ହୋଇଯାଏ। ତା’ପରେ ଏହା ଏକ ବନ୍ଦ ଦୁର୍ଗ ଭଳି ଦେଖାଯାଏ। ଏହି ଘର ଥରେ ବନ୍ଦ ହୋଇଯିବା ପରେ ଯେତେ ଚେଷ୍ଟା କଲେ ମଧ୍ୟ କେହି ଭିତରକୁ ପ୍ରବେଶ କରି ପାରିବେନାହିଁ।

ଘର ଭିତରକୁ ପ୍ରବେଶ କରିବା ପାଇଁ କେବଳ ଦ୍ୱିତୀୟ ମହଲାରେ ନିର୍ମାଣ ହୋଇଥିବା ପୋଲକୁ ବ୍ୟବହାର କରାଯାଇ ପାରିବ। ତାହା ପୁଣି ଯଦି ଘର ମାଲିକ ଚାହିଁବେ। କମ୍ପାନୀର କହିବା ଅନୁସାରେ, ଏହି ମଜଭୁତ ଓ ସୁରକ୍ଷିତ ଘରର ଭିତର ଭାଗର ଦୃଶ୍ୟ ମଧ୍ୟ ଖୁବ୍‍ ମନୋରମ। ଘର ବାହାରେ ଏକ ସ୍ୱିମିଙ୍ଗ୍‍ ପୁଲ୍‍ ମଧ୍ୟ ରହିଛି। କଂକ୍ରିଟ୍‍ ବ୍ୟତୀତ ମେଟାଲ୍‍ ଶଟର୍‍ ଏହି ଘରକୁ ଆହୁରି ଅଧିକ ସୁରକ୍ଷା ପ୍ରଦାନ କରିଥାଏ। ଥରେ ଏହି ଘର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲେ ପରମାଣୁ ବୋମା ମଧ୍ୟ ଘରର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି କମ୍ପାନୀ ଦାବି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories