www.samajalive.in
Monday, December 15, 2025
14.1 C
Bhubaneswar

ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହି କ୍ଷମା ମାଗିଲେ ସାଧ୍ବୀ ପ୍ରଜ୍ଞା

ଭୋପାଳ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହିଥିବା ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କୁ ଦେଶବ୍ୟାପୀ ବିରୋଧ କରାଯିବା ପରେ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୁଲବଶତଃ ସେ ଏଭଳି କହିଥିଲେ ବୋଲି ସାଧ୍ବୀ କହିଛନ୍ତି।

ଗତ ସୋମବାର ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ମନ୍ତବ୍ୟ ଦେଇ କହିଥିଲେ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହେଉଛନ୍ତି ଜଣେ ହିନ୍ଦୁ, ଯାହାଙ୍କ ନାମ ନାଥୁରାମ ଗୋଡ୍‌ସେ। କମଲ ହାସନଙ୍କ ଏପରି ମନ୍ତବ୍ୟ ପରେ ହିନ୍ଦୁବାଦୀ ସଂଗଠନଗୁଡ଼ିକ ପକ୍ଷରୁ ସମାଲୋଚନା କରାଯାଇଥିଲା। ଗୁରୁବାର ଆଗ୍ରା-ମାଲୱା ଅଞ୍ଚଳରେ ଏକ ରୋଡ୍‌ ଶୋ ପରେ ପ୍ରଜ୍ଞା ଠାକୁର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ କହିଥିଲେ ନାଥୁରାମ ଗୋଡ୍‌ସେ ଜଣେ ଦେଶଭକ୍ତ ଥିଲେ। ଲୋକମାନେ ତାଙ୍କୁ ଦେଶଭକ୍ତ ଭାବେ ମାନୁଥିଲେ।

- Advertisement -

ସାଧ୍ବୀଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ଏହାକୁ ସମାଲୋଚନା କରି ଏପରି ମନ୍ତବ୍ୟ ଦେଶକୁ ଅପମାନ ବୋଲି କହିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା। ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ପରେ ଦଳ ପକ୍ଷରୁ ସାଧ୍ବୀଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିଲା। ଏଥିସହ କ୍ଷମାପ୍ରାର୍ଥନା କରିବାକୁ ବିଜେପି ହାଇକମାଣ୍ଡ ସାଧ୍ବୀଙ୍କୁ ନିର୍ଦେଶ ଦେଇଥିବା ବିଜେପିର ଜିଭିଏଲ ନରସିଂହ୍ମା ରାଓ କହିଛନ୍ତି।

ଅନ୍ୟପଟେ ଭୋପାଳରୁ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ କହିଛନ୍ତି, ନାଥୁରାମ ଗୋଡ୍‌ସେଙ୍କୁ ପ୍ରଶଂସା କରିବା ଦେଶଭକ୍ତିର ପରିଚୟ ନୁହେଁ। ଏହା ଦେଶଦ୍ରୋହ। ସୂଚନାଯୋଗ୍ୟ, ପ୍ରଜ୍ଞା ଠାକୁର ଏପରି ବିବାଦୀୟ ମନ୍ତବ୍ୟ ଦେବା ନୂଆ ନୁହେଁ। ସେ ପୂର୍ବରୁ ମଧ୍ୟ ଏପରି ମନ୍ତବ୍ୟ ଦେଇ ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ୨୬/୧୧ ମୁମ୍ବଇ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ମୁମ୍ବଇ ଏଟିଏସ ମୁଖ୍ୟ ହେମନ୍ତ କରକରେ ତାଙ୍କ ଅଭିଶାପ ଯୋଗୁ ପ୍ରାଣ ହରାଇଥିଲେ ବୋଲି ସାଧ୍ବୀ କହି ବିବାଦକୁ ଆସିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories