www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିରେ ଯୋଗଦେଲେ ସାଧ୍ୱୀ ପ୍ରଜ୍ଞା, ଭୋପାଳରୁ ନିର୍ବାଚନ ଲଢିବେ!

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରୁ ଚର୍ଚ୍ଚାକୁ ଆସିଥିବା ହିନ୍ଦୁ ସନ୍ୟାସିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ବୁଧବାର ବିଜେପିରେ ଯୋଗଦେଇଛନ୍ତି। ସେ ବୁଧବାର ସକାଳେ ଭୋପାଳସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ସେ ପ୍ରାଥମିକ ସଦସ୍ୟତା ଗ୍ରହଣ ପୂର୍ବକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।

କୁହାଯାଉଛି ଯେ ସେ ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଭୋପାଳରେ ତାଙ୍କ ଟକ୍କର ସିଧାସଳଖ ଭାବେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହ ହେବ।
ବିଜେପି କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାମଲାଲ ଏବଂ ପ୍ରଭାତ ଝା’ ସାଧ୍ୱୀ ପ୍ରଜ୍ଞାଙ୍କୁ ସ୍ୱାଗତ କରିଥିଲେ। ସାଧ୍ୱୀ ପ୍ରଜ୍ଞାଙ୍କ ବିଜେପିରେ ଯୋଗଦାନକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ସମାଲୋଚନା କରିଛନ୍ତି। ଏହା ବିଜେପିର ମନୋଭାବ ଏବଂ ଆଭିମୁଖ୍ୟକୁ ଦର୍ଶାଉଛି ବୋଲି ସେ କଟାକ୍ଷ କରିଛନ୍ତି।
ଭୋପାଳ ଲୋକସଭା ଆସନରୁ କଂଗ୍ରେସ ଦିଗବିଜୟ ସିଂହଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିର ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର ଥିଲା। ଭୋପାଳ ଲୋକସଭା ଆସନରୁ ବିଜେପି ଶିବରାଜ ସିଂହ ଚୌହାନ, ଉମା ଭାରତୀ କିମ୍ବା ନରେନ୍ଦ୍ର ସିଂହ ତୋମାରଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା।
୨୦୦୮ ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନଆଇଏ କୋର୍ଟ ପ୍ରମାଣ ଅଭାବରୁ ମୁକ୍ତ କରିଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories