www.samajalive.in
Monday, December 15, 2025
14.1 C
Bhubaneswar

୫ବର୍ଷ ପରେ ରଘୁନାଥ ଜୀଉ ମଠକୁ ସାଧୁସନ୍ଥଙ୍କ ଆଗମନ

ନୀଳଗିରି : ସାଧୁସନ୍ଥଙ୍କ ରହଣି ଉଦେଶ୍ୟରେ ବାଲେଶ୍ୱର ଜିଲାର ନୀଳଗିରି ଗଡ଼ଜାତର ତତ୍କାଳୀନ ରାଜା ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଘୁନାଥ ଜୀଉ ମନ୍ଦିର ବା ମହନ୍ତ ମଠ ନିର୍ମାଣ କରିଥିଲେ। ବିଭିନ୍ନ ସମୟରେ ବାହାରୁ ଆସୁଥିବା ସାଧୁସନ୍ଥମାନେ ଏଠାକୁ ଆଗମନ କରି ଆଧ୍ୟାତ୍ମିକ ଶିକ୍ଷା ଦେଇଥାନ୍ତି । କିନ୍ତୁ ଦୀର୍ଘ ୫ବର୍ଷ ହେଲା ଏହି ମଠକୁ କୌଣସି ସନ୍ଥ ଆସିନଥିବା ବେଳେ ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ଚିତ୍ରକୁଟରୁ ୭/୮ଜଣ ନାଗା ସମ୍ପ୍ରଦାୟର ସାଧୁ ଏଠାରେ ପହଞ୍ଚିଥିଲେ। ରାତିରେ ଏମାନେ ଭଜନକୀର୍ତ୍ତନ କରିବା ସହ ମଠରେ ରାତ୍ରୀଯାପନ କରି ରବିବାର ସକାଳେ ପୁରୀ ଅଭିମୁଖେ ଯାତ୍ର କରିଥିଲେ। ଚନ୍ଦନ ଗିରି, ବାଲକ ଗିରି, ମନ ଗିରି ପ୍ରମୁଖ ନାଗା ସାଧୁ ବହୁ ଶ୍ରଦ୍ଧାଳୁଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ଏପରିକି ହିନ୍ଦୁ ଧର୍ମର ସଂସ୍କୃତି, ପରମ୍ପରା ତଥା ଧର୍ମ ରକ୍ଷା ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଛି। ମହନ୍ତ ମଠ ପକ୍ଷରୁ ସେମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଥିଲା । ଏହି ସାଧୁମାନେ ଶ୍ରଦ୍ଧାଳୁଙ୍କ ମୁଖ ଦେଖି ସମସ୍ତ ସତ୍ୟ ଘଟଣା ବଖାଣିବା ସହ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିଥିଲେ । ମଠର କାର୍ଯ୍ୟକାରୀ ସଭାପତି ସାହେବ ମର୍ଦ୍ଦରାଜ, ସଦସ୍ୟ କମଳ ମିଶ୍ର, ରାମଚନ୍ଦ୍ର ମହଲ, କ୍ଷୀରୋଦ ଦାସ, ମହେନ୍ଦ୍ର ବେହେରା, ହୃଷିକେଶ ଦାସ ପ୍ରମୁଖ ଉପସ୍ଥିତ ରହି ସାଧୁସନ୍ଥଙ୍କ ଉପଦେଶକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories