www.samajalive.in
Saturday, December 6, 2025
15.1 C
Bhubaneswar

ଗୋଟିଏ ସହରରେ କିନ୍ତୁ ପରିବାରକୁ ଭେଟି ପାରୁନାହାନ୍ତି ସୁନୀଲ

ବେଙ୍ଗାଲୁରୁ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବଂ ଏହାର ପ୍ରତିରୋଧ ପାଇଁ ସରକାର ଘୋଷଣା କରିଥିବା ଲକ୍‍ଡାଉନ୍‍ର ପ୍ରଭାବ ଧନୀ, ଗରିବ, ଚାକିରିଆ କିମ୍ବା ଶ୍ରମିକ; ସମସ୍ତଙ୍କ ଉପରେ ପଡ଼ିଛି। କ୍ରୀଡ଼ାବିତ୍‍ ବା ଏଥିରୁ ବାଦ୍‍ଯିବେ କିପରି? ତାଙ୍କ ପରିବାର ସେହି ସହରରେ ଥାଇ ସୁଦ୍ଧା ସେମାନଙ୍କୁ ଭେଟି ପାରୁନାହାନ୍ତି ଭାରତୀୟ ହକି ଦଳର ତାରକା ଷ୍ଟ୍ରାଇକର ଏସ୍‍.ଭି. ସୁନୀଲ। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଏବେ ସମ୍ଭାବ୍ୟ ଭାରତୀୟ ପୁରୁଷ ହକି ଦଳର ଶିବିର ଚାଲିଛି। ଏହି ଶିବିର ମାର୍ଚ୍ଚରେ ଆରମ୍ଭ ହୋଇଥିଲେ ହେଁ ଲକ୍‍ଡାଉନ୍‍ ଘୋଷଣା ଯୋଗୁଁ ଖେଳାଳିମାନେ ଘରକୁ ଫେରି ପାରିନଥିଲେ। ଦଳର ଖେଳାଳିଙ୍କ ସହ ସୁନୀଲ ମଧ୍ୟ ରହି ଯାଇଥିଲେ।

ବେଙ୍ଗାଲୁରୁର ସାଇ ସେଣ୍ଟରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ସୁନୀଲଙ୍କ ପରିବାର ରହନ୍ତି। ସେଠାରେ ସୁନୀଲଙ୍କ ପତ୍ନୀ ନିଶା ଓ ତାଙ୍କର ୧ ବର୍ଷର ଶିଶୁକନ୍ୟା ଏବେ ଅଛନ୍ତି। ପତ୍ନୀ ଓ କନ୍ୟାକୁ ଦେଖିବା ପାଇଁ ବହୁତ ଇଚ୍ଛା ହେଉଥିଲେ ହେଁ ଭେଟେରାନ୍‍ ଫରୱାର୍ଡ ସୁନୀଲ ସେମାନଙ୍କ ପାଖକୁ ଯାଇ ପାରୁନାହାନ୍ତି। ସରକାରଙ୍କ ନିର୍ଦେଶକୁ ଅମାନ୍ୟକରି ଲକ୍‍ଡାଉନ୍‍ ନିୟମ ଭାଙ୍ଗିବାକୁ ସୁନୀଲ ଚାହିଁନାହାନ୍ତି। ସୁନୀଲ କହିଛନ୍ତି, ଶିବିରରେ ଥିବା ଖେଳାଳିମାନେ ପରିବାର ଲୋକଙ୍କୁ ଭେଟିବାକୁ ଆତୁର। ହେଲେ ସେମାନଙ୍କ ପରିବାର ଅନ୍ୟ ରାଜ୍ୟରେ ରହୁଛନ୍ତି। ତେବେ ମୋ ପରିବାର ଏହି ବେଙ୍ଗାଲୁରୁ ସହରରେ ଥିଲେ ହେଁ ମୁଁ ଘରକୁ ଯାଉନାହିଁ। ମୁଁ ଓ ପତ୍ନୀ ନିଶା ନିଷ୍ପତ୍ତି ନେଇଛୁ ଯେ କରୋନା ବିରୋଧରେ ଲଢ଼େଇ ପାଇଁ ସରକାରଙ୍କ ନିର୍ଦେଶାବଳୀକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories