www.samajalive.in
Saturday, December 6, 2025
15.1 C
Bhubaneswar

ଛାତ ଉପରେ ତୀରନ୍ଦାଜୀ ଅଭ୍ୟାସ କରୁଛନ୍ତି ଅଭିଷେକ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଖେଳ ପଡ଼ିଆ ଶୂନଶାନ୍‌। ଖେଳାଳି ନିରବ। ଏଭଳି କଠିନ ସମୟ ଖେଳାଳିମାନଙ୍କ ପାଇଁ କଷ୍ଟକର ପାଲଟିଛି। ଲକ୍‌ଡାଉନ୍‌ ସମୟକୁ ଅତିବାହିତ କରିବା ଓ ଅଭ୍ୟାସକୁ ବଜାୟ ରଖିବା ନେଇ ଖେଳାଳିମାନେ ବିଭିନ୍ନ ପନ୍ଥା ଆପଣାଇଛନ୍ତି। କିଏ ମେସିନ ସହାୟତା​ରେ ଘରେ ଶାରୀରିକ ଅଭ୍ୟାସ କରୁଛି ତ ଆଉ କିଏ ଅଗଣା ଓ ଛାତ ଉପରେ ଅଭ୍ୟାସ ଜାରି ରଖିଛି। ତୀରନ୍ଦାଜୀ ପ୍ରତିଭା ଅଭିଷେକ ବର୍ମା ନିଜର ଘର ଛାତ ଉପରେ ତୀରନ୍ଦାଜୀ ଅଭ୍ୟାସ କରି ଲକଡାଉନ୍‌ ସମୟକୁ ଅତିବାହିତ କରୁଛନ୍ତି।

ଅଭିଷେକ କହିଛନ୍ତି ଯେ, କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ସମୟରେ ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ନିୟମକୁ ମାନି ଘରେ ରହିବା ଉଚିତ ଯାହାକୁ ମୁଁ ମଧ୍ୟ ପାଳନ କରୁଛି। ନିଜେ ଓ ନିଜ ପରିବାରକୁ ବଞ୍ଚାଇବା ନେଇ ପ୍ରତ୍ୟେକ ବ୍ୟକ୍ତି ଲକଡାଉନ୍‌କୁ ମାନି ଘରେ ରହିବା ଉଚିତ । ଏଭଳି ସମୟରେ ଘରେ କିଭଳି ସମୟ ଅତିବାହିତ କରିବ ସେ ନେଇ ଛାତ ଶ୍ରେଷ୍ଠ ମାଧ୍ୟମ ପାଲଟିଛି। ଛାତ ଉପରେ ତୀରନ୍ଦାଜୀ ଅଭ୍ୟାସ କରିବା ନେଇ ମଧ୍ୟ ସୁଯୋଗ ରହିଛି। ଯେଉଁଠାରେ ସକାଳେ ଓ ସନ୍ଧ୍ୟାରେ ଅଭ୍ୟାସ ଚଳାଇଛି। ଏହାଛଡ଼ା ଘରେ ମଧ୍ୟ ଫିଟ୍‌ନେସ ନେଇ ବିଭିନ୍ନ ପ୍ରକାର ଉପକରଣ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories