ଫୋନମ୍ ପେନ୍ହ : ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିଟ୍ରି କୁବେଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। କାମ୍ବୋଡିଆରେ ଆୟୋଜିତ ଏସିଆନ୍-ଭାରତ ବୈଠକ ଅବସରରେ ଜୟଶଙ୍କର ଓ କୁବେଲାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରୁଷ୍ ଓ ୟୁକ୍ରେନ୍ ମଧ୍ୟେର ଲାଗି ରହିଥିବା ଯୁଦ୍ଧର କିପରି ଭାବେ ଅବସାନ ଘଟିବ ସେ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିସହ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏ ସଂପର୍କରେ ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଯାଇଛନ୍ତି। ସେହିପରି ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ କୁବେଲା ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଯାଇଛି ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଜୟଶଙ୍କର ମତ ଦେଇଥିଲେ। ଏଥିସହ ୟୁକ୍ରେନ୍ରୁ ରୁଷ ତୁରନ୍ତ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ୍ ବୋଲି ଜୟଶଙ୍କର କହିଥିଲେ।
Popular Categories



