Patra electronics

ରାଜ୍ୟ ବଜେଟ ୨୦୧୮-୧୯ : ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା ବ୍ୟୟ ଅଟକଳ

0

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଶ୍ରୀ ବେହେରା ପ୍ରଥମେ କୃଷି ବଜେଟ ଆଗତ କରିଥିଲେ । ୨୦୧୮-୧୯ରେ ରାଜ୍ୟ ବ୍ୟୟ ଅଟକଳ ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା ହୋଇଥିବା ବେଳେ, କୃଷି ବଜେଟ-୧୬ ହଜାର ୭ ଶହ ୬୫ କୋଟି ଟଙ୍କା ହୋଇଛି । ନିର୍ବାଚନ ପୂର୍ବରୁ ଶ୍ରୀ ବେହେରା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି।

କୃଷି ଶିକ୍ଷା ଓ ଗ୍ରାମାଞ୍ଚଳର  ବିକାଶକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି।

-ରାଜ୍ୟ ବଜେଟ ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା,
-କୃଷି ବଜେଟ-୧୬ ହଜାର ୭ ଶହ ୬୫ କୋଟି ଟଙ୍କା,
-ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ୧୨୪୭ କୋଟି
-ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ପାଇଁ ୬୩୫ କୋଟି ଟଙ୍କା,
-୮ଟି ବୃହତ ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା
-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୫୦ କୋଟି ଟଙ୍କା

-ବିଜୁ କୃଷକ ଯୋଜନା ପାଇଁ ୯୦ କୋଟି ଟଙ୍କା

-ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ବୀମା ଭୁକ୍ତ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।

 

Leave A Reply