ଇଣ୍ଡିଗୋର ୬୫ଟି ବିମାନ ଚଳାଚଳ ବନ୍ଦ

0

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ମଙ୍ଗଳବାର ତାହାର ୬୫ଟି ବିମାନ ଚଳାଚଳକୁ ବନ୍ଦ ରଖିଛି। ଇଞ୍ଜିନ୍‌ରେ ଖରାପ କାରଣରୁ ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ)ର କଡ଼ା ଆଭିମୁଖ୍ୟ ପରେ ଇଣ୍ଡିଗୋ ଏହି ନିଷ୍ପତ୍ତି ନେଇଛି। ଡିଜିସିଏ ଇଣ୍ଡିଗୋର ୮ଟି ଏ୩୨୦ ନାନୋ ବିମାନ ଚଳାଚଳକୁ ରଦ୍ଦ କରବା ପରେ ମଙ୍ଗଳବାର ଇଣ୍ଡିଗୋ ତାହାର ୪୭ଟି ଉଡ଼ାଣ ବନ୍ଦ ରଖିଛି । ଗୋ ଏୟାରର ସେହିଭଳି ତ୍ରୁଟିପୂର୍ଣ୍ଣ ବିମାନକୁ ମଧ୍ୟ ସେବା ନିବୃତ୍ତ କରାଯାଇଛି । ଉଡ଼ାଣ ରଦ୍ଦ କରାଯିବା ବିଷୟରେ ଇଣ୍ଡିଗୋ ପକ୍ଷରୁ ଏହାର ୱେବ୍‌ସାଇଟ୍‌ରେ ଘୋଷଣା କରାଯାଇଛି। ଦିଲ୍ଲୀ, ମୁମ୍ଇ, ଚେନ୍ନଇ, କଲକାତା, ହାଇଦ୍ରାବାଦ, ବାଙ୍ଗାଲୋର, ପାଟନା, ଶ୍ରୀନଗର, ଭୁବନେଶ୍ୱର, ଅମୃତସର, ଶ୍ରୀନଗର ଓ ଗୌହାଟୀ ସମେତ ଅନ୍ୟ କେତେକ ବିମାନ ବନ୍ଦରରେ ଉଡ଼ାଣ ରଦ୍ଦ ହୋଇଛି।

prayash

ସୋମବାର ଲକ୍ଷ୍ନୌ ଯାତ୍ରା କରୁଥିବା ଇଣ୍ଡିଗୋର ଏକ ବିମାନର ଆକାଶମାର୍ଗରେ ଇଞ୍ଜିନ୍‌ ତ୍ରୁଟି ଦେଖାଯିବାରୁ ୪୦ ମିନିଟ୍‌ ପରେ ଅହମ୍ମଦାବାଦ ଫେରିଆସିବା ଘଟଣା ପରେ ବେସାମରିକ ବିମାନ ଚାଳାଚଳ ମହାନିର୍ଦ୍ଦେଶକ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply