www.samajalive.in
Monday, December 15, 2025
15.1 C
Bhubaneswar

ମୁମ୍ବଇରେ କୃଷକଙ୍କ ମହାସମାବେଶ ; ସରକାର ଗଠନ କଲେ ମନ୍ତ୍ରିସ୍ତରୀୟ କମିଟି

ଅଜାଦ ମୈଦାନରେ ଏକାଠି ହେଲେ ୫୦ହଜାର କୃଷକ

 

ମୁମ୍ବଇ : ବିଭିନ୍ନ ଦାବି ନେଇ ସ୍ଥାନୀୟ ଅଜାଦ ମୈଦାନରେ ୫୦ହଜାର କୃଷକ ଏକାଠି ହୋଇଛନ୍ତି । ଦାବି ପୂରଣ ନ ହେଲେ ସେମାନେ ବିଧାନସଭା ଘେରାଓ କରିବାର ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କୃଷକଙ୍କ ସହିତ ଆଲୋଚନା କରିବା ପାଇଁ ଏକ ୬ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି।

- Advertisement -

ପୂର୍ବରୁ ମୁମ୍ବଇରେ କୃଷକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଗିରିଶ ମହାଜନଙ୍କୁ ଚାଷୀ ମାନଙ୍କ ସହିତ ଆଲୋଚନା କରିବାକୁ ପଠାଇଥିଲେ।  ସେମାନଙ୍କ ଦାବି ପୂରଣ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ସୋମବାର ସକାଳୁ ଅଧିକରୁ ଅଧିକ ସଂଖ୍ୟାରେ କୃଷକ ମୁମ୍ବଇରେ ପହଞ୍ଚିଥିଲେ।  କୃଷି ଋଣ ଛାଡ  ସମେତ ବିଭିନ୍ନ ଦାବି ଜଣାଇବାକୁ ରବିବାର ମୁମ୍ବଇରେ ୩୫,୦୦୦ କୃଷକ ପହଞ୍ଚିଥିଲେ ।   ପାଞ୍ଚ ଦିନ ଧରି ଦୀର୍ଘ ୧୮୦ କିଲୋମିଟର ଚାଲି ଚାଲି ମହାରାଷ୍ଟ୍ର ନାସିକ ଜିଲ୍ଲାର ୩୫,୦୦୦ ଚାଷୀ ରାଜ୍ୟ ରାଜଧାନୀ ମୁମ୍ବଇରେ ପହଞ୍ଚିଥିଲେ। ସୋମବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ କୃଷକ ଏହି ମହାସମାବେଶରେ ଯୋଗ ଦେଇଛନ୍ତି ।  ବାମଦଳ ଅନୁବନ୍ଧିତ ସର୍ବ

ଭାରତୀୟ କିଷାନ ସଭା(ଏଆଇକେଏସ୍‌) ନେତୃତ୍ୱରେ ଏହି କୃଷକ ମହାସମାବେଶର ଆୟୋଜନ କରାଯାଇଛି।

ବିଶାଳ ସଂଖ୍ୟାରେ ଏହି କୃଷକମାନେ ମୁମ୍ବଇରେ ପହଞ୍ଚିବା ପରେ ସହରରେ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା  କରାଯାଇଛି।
ସଂମ୍ପୂର୍ଣ୍ଣ ଋଣ ଛାଡ ଏବଂ ଦୀର୍ଘ ଦିନ ଧରି ଚାଷ କରିଆସୁଥିବା ଜମିକୁ ଆଦିବାସୀମାନଙ୍କୁ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏଆଇକେଏସର ସଭାପତି ଅଶୋକ ଧାୱାଲେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories