www.samajalive.in
Monday, December 15, 2025
15.1 C
Bhubaneswar

ଆଜ୍‌ଲାନ୍‌ ଶାହା ହକି: ଭାରତକୁ ୫ମ ସ୍ଥାନ

ଇପୋ (ମାଲେସିଆ) : ଏଠାରେ ଖେଳାଯାଉଥିବା ଆଜ୍‌ଲାନ୍‌ ଶାହା ହକି ପ୍ରତିଯୋଗିତାରେ ଭାରତକୁ ୫ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶନିବାର ଖେଳାଯାଇଥିବା ସ୍ଥାନ ନିରୂପଣ ମ୍ୟାଚ୍‌ରେ ଭାରତ ୪-୧ ଗୋଲ୍‌ରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା। ଶୁକ୍ରବାର ଆୟରଲାଣ୍ଡ ଠାରୁ ୩-୨ ଗୋଲ୍‌ରେ ପରାସ୍ତ ହୋଇ ଭାରତ ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ତେବେ ଶନିବାର ଖେଳାଯାଇଥିବା ସ୍ଥାନ ନିରୂପଣ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରି ୫ମ ସ୍ଥାନ ହାସଲ କରିଥିଲେ।

ଖେଳର ୪ର୍ଥ ମିନିଟ୍‌ରେ ଭାରତୀୟ ଖେଳାଳି ତଲୱିନ୍ତର ସିଂହଙ୍କ ଏକ ଶକ୍ତିଶାଳୀ ସଟ୍‌କୁ ଆୟର୍ଲାଣ୍ଡ ଗୋଲରକ୍ଷକ ଜେମି କାର୍‌ ଅଟାଇବାକୁ ସକ୍ଷମ ହୋଇଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଭାରତୀୟ ଖେଳାଳି ବରୁଣ କୁମାର ଏହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଗୋଲ୍‌ ପରିଶୋଧ କରିବାକୁ ଆୟର୍ଲାଣ୍ଡ ଖେଳାଳିମାନେ ଉଦ୍ୟମ କରିଥିଲେ ମଧ୍ୟ ପ୍ରଥମ କ୍ୱାର୍ଟରରେ ଭାରତ ଅଗ୍ରଣୀ ରହିବାକୁ ସମର୍ଥ ହୋଇଥିଲା। ଖେଳର ୨୮ ମିନିଟ୍‌ରେ ଆୟର୍ଲାଣ୍ଡ ରକ୍ଷଣଭାଗ ଖେଳାଳିଙ୍କ ଭୁଲ୍‌ର ଫାଇଦା ଉଠାଇ ଭାରତୀୟ ଖେଳାଳି ଶୈଳାନନ୍ଦ ଲାକ୍ରା ଦଳ ତରଫରୁ ଦ୍ୱିତୀୟ ଗୋଲ୍‌ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସେହିପରି ଖେଳର ୩୨ ମିିନିଟ୍‌ରେ ବରୁଣ କୁମାର ପେନାଲ୍‌ଟି କର୍ଣ୍ଣରରୁ ଆଉ ଏକ ଗୋଲ୍‌ ସ୍କୋର କରି ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ଖେଳର ୩୭ ମିିନିଟ୍‌ରେ ତଲୱିନ୍ତର ସିଂହଙ୍କ ଠାରୁ ପାସ୍‌ ପାଇ ଗୁରଜାଣ୍ଟ ସିଂହ ଗୋଲ୍‌ ସ୍କୋର କରି ଦଳକୁ ୪-୦ରେ ଅଗ୍ରଣୀ କରାଇଥିଲେ। ଆୟର୍ଲାଣ୍ଡ ତରଫରୁ ଖେଳର ୪୮ ମିନିଟ୍‌ରେ ଜୁଲିଆନ୍‌ ଡେଲ୍‌ ଗୋଲ ସ୍କୋର କରି ଖେଳକୁ ୪-୧ ସ୍ଥିତିକୁ ଆଣିଥିଲେ। ଖେଳ ଶେଷ ହେବା ପର୍ଯ୍ୟନ୍ତ ଉଭୟ ଦଳ ଆଉ ଗୋଲ୍‌ ସ୍କୋର କରିବାକୁ ବିଫଳ ହେବାରୁ ଭାରତ ୪-୧ରେ ବିଜୟୀ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories