ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର ଓ ଫାର୍ମାସିଷ୍ଟ

0

ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ଜଣେ  ଲାଞ୍ଚୁଆ ଡାକ୍ତର ଓ ଫାର୍ମାସିଷ୍ଟ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିଶିର କୁମାର ପ୍ରଧାନ ଓ ଫାର୍ମାସିଷ୍ଟ ରାଘବ ରାଓ ପାତ୍ର ଭିଜିଲାନ୍ସ ହାତରେ ଧରପଡି ଗିରଫ ହୋଇଛନ୍ତି।
ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଝରିପଦର ଗାଁର କୈଳାଶ ଗୌଡ଼ଙ୍କର ବୋମକେଇ ଡାକ୍ତରଖାନାରେ ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା। ଆଜି ଡାକ୍ତର ଖାନାରୁ ଡିସଚାର୍ଜ କରିବା ପାଇଁ କୈଳାଶଙ୍କ ପତ୍ନୀ ଝୁମୁରି ଗୌଡ଼ଙ୍କୁ ଉଭୟ ଡାକ୍ତର ଶିଶିର ପ୍ରଧାନ ଓ ଫାର୍ମାସିଷ୍ଟ ରାଘବ ପାତ୍ର ଦୁଇ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ପରେ ବାଧ୍ୟ ହୋଇ ଝୁମୁରି ଲାଞ୍ଚ ଅର୍ଥ ଡାକ୍ତରଙ୍କୁ ଦେବା ପୂର୍ବରୁ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ଆଜି ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ସହ ଡାକ୍ତରଖାନାକୁ ଯାଇ ଝୁମୁରି ଡାକ୍ତରଙ୍କ ଦାବି ଅର୍ଥ ଦୁଇ ହଜାର ଟଙ୍କା ଦେଇଥିଲେ। ଡ଼ାକ୍ତର ଶିଶିର ପ୍ରଧାନ ଉକ୍ତ ତାଙ୍କ ଧରିବା ସହ ସେଥିରୁ ନିଜେ ୧୫ଶହ ରଖି ଅବଶିଷ୍ଟ ୫ଶହ ଟଙ୍କା ଫାର୍ମାସିଷ୍ଟ ରାଘବ ପତ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଥିବା ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ହାତରେ ଧରପଡି ଗିରଫ ହୋଇଥିଲେ। ବମକେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଉଭୟ ଡାକ୍ତର ଓ ଫାର୍ମାସିଷ୍ଟ। ଗିରଫ ପରେ ଫାର୍ମାସିଷ୍ଟଙ୍କ ବମକେଇ ସ୍ଥିତ ବାସଭବନ ଓ ଡାକ୍ତର ଶିଶିର ପ୍ରଧାନଙ୍କ ବ୍ରହ୍ମପୁର ଜାନନା ହସ୍ପିଟାଲ ଭିତରେ ଥିବା କ୍ୱାର୍ଟରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଡି ଏସ ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତା କାଲି ଉଭୟ ଗିରଫ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଵ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

Leave A Reply