www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଟିଡିପି ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଦୋହରାଇବା ଲକ୍ଷ୍ୟରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦମାନେ ରବିବାର ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଦିଲ୍ଲୀ ପୁଲିସ ଓ ସିଆରପିଏଫ୍‍ ଯବାନମାନେ ଏହି ସାଂସଦଙ୍କୁ ଗିରଫ କରିନେଇଥିଲେ। ଏହି ଦାବିକୁ ସମର୍ଥନ ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତୁଗଲକ ରୋଡସ୍ଥିତ ଥାନାକୁ ଯାଇ ଟିଡିପି ସାଂସଦଙ୍କୁ ଭେଟିଥିଲେ। କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବା ଅଧିକାର କେବଳ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଥିବାରୁ ଏଭଳି ବିକ୍ଷୋଭର ଯୋଜନା କରାଯାଇଥିଲା ବୋଲି ଟିଡିପି ସାଂସଦ ୱାଇ.ଏସ.ଚୌଧୁରୀ କହିଛନ୍ତି।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟ ମନା କରିଦେବା ଫଳରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିଷ୍ପତ୍ତିକ୍ରମେ ଗତମାସରେ ଏନଡିଏ ମେଣ୍ଟରୁ ଟିଡିପି ଓହରିଯାଇଥିଲା। ଏହାବ୍ୟତୀତ ଲୋକସଭାରେ ଟିଡିପି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା। ତେବେ ଦୈନିକ ହଟ୍ଟଗୋଳ ଯୋଗୁଁ ସଂସଦ ନିୟମିତଭାବେ ମୁଲତବୀ ରହିବା ଫଳରେ ସଦ୍ୟ ସମାପ୍ତ ବଜେଟ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ଆଲୋଚନା ହୋଇପାରିନଥିଲା। ଟିଡିପି ସହ ଏହି ପ୍ରସଙ୍ଗରେ ୱାଇଏସଆର କଂଗ୍ରେସ ମଧ୍ୟ ସ୍ୱର ମିଳାଇଛି। ଚଳିତ ସପ୍ତାହରେ ୱାଇଏସଆର କଂଗ୍ରେସର ପାଞ୍ଚଜଣ ସାଂସଦ ଲୋକସଭାରୁ ଇସ୍ତଫା ଦେଇଥିବାବେଳେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ସଂସଦ ପରିସରରେ ଅନଶନରେ ମଧ୍ୟ ବସିଥିଲେ। ଆନ୍ଧ୍ରକୁ ଏହି ମାନ୍ୟତା ମିଳିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଉଭୟ ଟିଡିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories