ଆଫଗାନିସ୍ତାନରେ ତାଲିବାନୀ ଆକ୍ରମଣ ; ୫ ମୃତ

0

କାବୁଲ: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟ ଉପରେ ଆକ୍ରମଣ ଘଟଣାରେ ଜଣେ ପୁଲିସ୍‌ ଅଧିକାରୀ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆଞ୍ଚଳିକ ପୁଲିସ୍‌ ଚଫ୍‌ ଜେନେରାଲ୍‌ ଅବଦୁଲ ରାଜିକ୍‌ କହିଛନ୍ତି, ଗତକାଲି ରାତିରେ ସ୍ପିନ୍‌ ବୋଲ୍‌ଡାକ୍‌ ଜିଲ୍ଲାରେ ଏହି ଘଟଣା ଘଟିଥିଲା। ବୋମା ଆକ୍ରମଣକାରୀ ଜଣକ କାର୍ଯ୍ୟାଳୟର ପ୍ରବେଶ ଦ୍ୱାର ନିକଟରେ ବିସ୍ଫୋରକ ସାମଗ୍ରୀ ରଖିଥିବାବେଳେ ଅନ୍ୟ ୩ ଜଣ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷଣ କରିଥିଲେ। ଏହି ଘଟଣାରେ ମଧ୍ୟ ୪ ଜଣ ଆକ୍ରମଣକାରୀଙ୍କର ମୃତ୍ୟୁ ଘଟିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ଆକ୍ରମଣ ଘଟଣାପାଇଁ ତାଲିବାନ୍‌ ନିଜକୁ ଦାୟି କରିଛି।

Leave A Reply