www.samajalive.in
Monday, December 15, 2025
27.1 C
Bhubaneswar

ଏନ୍‍ଏସି ମତଦାନ ହାର : ହିନ୍ଦୋଳ ୮୬%; ଅତାବିରା ୭୩%

ବରଗଡ଼/ହିନ୍ଦୋଳ : ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ୍‌ଏସି ଓ ବରଗଡ଼ ଜିଲାର ଅତାବିରା ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳରେ ୧୬ଟି ୱାର୍ଡରେ ହୋଇଥିବା ମତଦାନ ରେକର୍ଡ ୮୫.୭ ପ୍ରତିଶତ ରହିଥିବାବେଳେ ଅତାବିରାରେ ମତହାର ୭୩.୧୭% ହୋଇଛି। ହିନ୍ଦୋଳରେ ୧୬ଟି ମତଦାନ କେନ୍ଦ୍ରରେ ୫୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି।
ସେହିଭଳି ଅତାବିରାର ୧୨ଟି ୱାର୍ଡ଼ର ୩୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସଂରକ୍ଷିତ ହୋଇଯାଇଛି। ୬୭୮୦ ଜଣ ପୁରୁଷ ଓ ୬୪୨୫ ଜଣ ମହିଳାଙ୍କୁ ମିଶଶଇ ମୋଟ ୧୩୨୦୫ ଜଣ ଭୋଟର ବିଶିଷ୍ଟ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନରେ ୫୧୫୬ ଜଣ ପୁରୁଷ ଏବଂ
୪୫୦୬ ଜଣ ମହିଳା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ୧୦ ନମ୍ବର ୱାର୍ଡ଼ରେ ସର୍ବ ନିମ୍ନ ୬୧.୪୯% ମତଦାନ ହୋଇଥିବା ବେଳେ ୧୩ ନମ୍ବର ବୁଥରେ ସର୍ବାଧିକ ୮୪.୯୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ୧୨ ୱାର୍ଡ଼ ବିଶିଷ୍ଟ ଅତାବିରା ବିଜ୍ଞପିତ ଅଞ୍ଚଳର ପରିଷଦ ନିର୍ବାଚନରେ ମୋଟ ୧୩ଟି ବୁଥ ଖୋଲା ଯାଇଥିଲା। କାଁ ଭାଁ କିଛି ଯୁକ୍ତିତର୍କକୁ ବାଦ ଦେଲେ କୌଣସି ବୁଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିତ ହୋଇ ନଥିଲା। କଡ଼ା ପୁଲିସ ସୁରକ୍ଷା ଭିତରେ ଜଉମୁଦ ଦିଆ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ଇଭିଏମ ମେସିନ ଗୁଡ଼ିକୁ ରଖାଯାଇଛି। ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ସଶସ୍ତ୍ର ପୁଲିସ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଗୁଡ଼ିକୁ ଜଗି ରହିଛନ୍ତି। ଆସନ୍ତା ୫ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ଜଣାପଡ଼ିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories