bjd gruha runa banner

ବୁଧବାର ରାଶିଫଳ

bjd  ek lkhya koti banner
0

ମେଷ: ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ। ସୁଖ ସୋପନକୁ ଉଠିବା କଷ୍ଟ ସାଧ୍ୟ ହେବ। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ସ୍ୱାଭିମାନୀ ହେବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବୃଷ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ମିଳନରୁ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସେବାକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିପାରନ୍ତି।
ମିଥୁନ: ଉପୁଜିଥିବା ପରିସ୍ଥିିତି ଆୟତ୍ତାଧୀନ ହେବ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
କର୍କଟ: ଗଣ୍ଡଗୋଳରେ ଭାଗୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ।
ସିଂହ: ଗୃହ କାର୍ଯ୍ୟକୁ ଅବ୍ୟାହତ ରଖିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି ଉପରେ ଧ୍ୟାନ ଦେଇ ପାରନ୍ତି। ଜଳପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
କନ୍ୟା: ଅଶାନ୍ତି ଦୂର ହେବ। ମାନସିକ ଶାନ୍ତି ଫେରି ପାଇବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁର ଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ।
ତୁଳା: ଆଶାବାଦୀ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କଠାରୁ ସ୍ନେହ ସହାନୁଭୂତି ମିଳିବ। ସାମୟିକ ଅର୍ଥାଭାବ ଦେଖାଦେଇ ପାରେ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିପାରେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖ ôପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବାର ସୂଚନା ମିଳୁଛି। ସୁସ୍ଥ ରହିବେ।
ଧନୁ: କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଚଞ୍ଚଳ ସ୍ୱଭାବର ହେବେ। ସାମୟିକ ଭାବେ ନିରୋଳାରେ ରହିବାକୁ ଇଚ୍ଛା କରିବେ। କଥାବାର୍ତ୍ତା ସ୍ନେହ, ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ମକର: ବିରକ୍ତି ଭାବ ପ୍ରକାଶ କରିପାରନ୍ତି। ଦୁଷ୍ଟ ବ୍ୟକ୍ତିଙ୍କୁ ଦୂରକରି ଆଶ୍ୱସ୍ତ ହେବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ବହୁକ୍ଷେତ୍ରରେ ଏପରିକି ସରକାରୀ ସ୍ତରରେ ସମ୍ମାନିତ ହୋଇ ଧନଲାଭ କରିବେ।
କୁମ୍ଭ: କର୍ମ ଚଞ୍ଚଳ ରହିବେ। କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ।
ମୀନ: ଦାନ- ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଇପାରନ୍ତି। ସାହସୀ, ବିଦ୍ୟାନ ଓ ସମ୍ପତ୍ତିବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Leave A Reply