www.samajalive.in
Monday, December 15, 2025
15.1 C
Bhubaneswar

ବୈଜୟନ୍ତଙ୍କ ବହିଷ୍କାର ଦାବି କଲେ ଜିଲା ସଭାପତି

ଭୁବନେଶ୍ୱର :ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ବିଜେଡି ସଭାପତି ଧ୍ରୁବ ସାହୁ ଦାବି କରିଛନ୍ତି। ନବୀନଙ୍କୁ ଦେଇଥିବା ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ନାମାଙ୍କନପତ୍ର ଦାଖଲ ବେଳେ ସାଂସଦ ଶ୍ରୀ ପଣ୍ଡା ଭୁଲ ସତ୍ୟପାଠ ଦାଖଲ କରିଥିବା ନେଇ ହରିଅନ୍ତାର ଗୋପାଳଚନ୍ଦ୍ର ଲେଙ୍କା କେନ୍ଦ୍ରାପଡ଼ା ଏସଡିଜେଏମଙ୍କ ଅଦାଲତରେ ଏକ ଅପରାଧିକ ମାମଲା ଋଜୁ କରିଛନ୍ତି ଓ ଏହା ଶୁଣାଣି ପାଇଁ ଆଗାମୀ ୧୬ ତାରିଖକୁ ଧାର୍ଯ୍ୟ ହୋଇଛି। ନିଲମ୍ବିତ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜିଲାର ତୃଣମୂଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ଦାବି କରୁଛନ୍ତି। ଏଣୁ ଏହାକୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାହୁ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories