www.samajalive.in
Monday, December 15, 2025
14.1 C
Bhubaneswar

୪୨ଡିଗ୍ରୀ ଛୁଇଁଲା ଟିଟିଲାଗଡ଼

ଭୁବନେଶ୍ୱର : ମାର୍ଚ୍ଚ ଶେଷ ସପ୍ତାରୁ ଅସମ୍ଭାଳ ହେଲାଣି ତାତି। ଟିଟିଲାଗଡ଼ର ତାତି ବୁଧବାର ୪୨ଡ଼ିଗ୍ରୀ ଛୁଇଁଛି। ବଲାଙ୍ଗିର ତାତି ୪୧ଡ଼ିଗ୍ରୀରେ ପହଞ୍ଚିଥିବାବେଳେ ୭ସହରର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ସମ୍ବଲପୁର, ହୀରାକୁଦ, ଭବାନିପାଟଣା ଓ ଢ଼େଙ୍କାନାଳରେ ତାପମାତ୍ରା ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ୩୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ କିଛି ସ୍ଥାନରେ ୪୨ ଡ଼ିଗ୍ରୀ ଟପିଯିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୩୧ରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହୋଇପାରେ। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା, କୁଆପଥର ବୃଷ୍ଟି ସହ ୫୦ରୁ୬୦କିମି ବେଗରେ ପବନ ବହିପାରେ। ପହିଲାରେ ଉତ୍ତର ଓ ଉପକୂଳରେ ଅଦିନିଆ ବର୍ଷା, କାଳବୈଶାଖୀ,କୁଆପଥର ବର୍ଷା ହୋଇପାରେ। ମୟୂରଭଞ୍ଜ ଓ କେନ୍ଦୁଝରରେ ଏହାର ପ୍ରଭାବ ଅଧିକ ରହିବ। ଏପ୍ରିଲ ୨ରୁ ୪ ମଧ୍ୟରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories