www.samajalive.in
Sunday, December 14, 2025
14.1 C
Bhubaneswar

ଉତପ୍ତ ଧାତବ ଗ୍ରହ ଠାବ

ଲଣ୍ଡନ : ପୃଥିବୀଠାରୁ ୨୬ ଲକ୍ଷ ଆଲୋକ ବର୍ଷ ଦୂରରେ ଏକ ଧାତବ ଗ୍ରହର ଠାବ୍‌ କରାଯାଇଛି । ଏହି ଧାତବ ଗ୍ରହ ଏକ ଛୋଟ ତାରାକୁ ପ୍ରଦକ୍ଷଣ କରୁଛି । ଏହି ଧାତବ ଗ୍ରହ ପୃଥିବୀଠୁ ପ୍ରାୟ ୨୦% ଅଧିକ ବଡ଼ ଓ ଉତପ୍ତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ପୃଥିବୀଠରୁ ଅଢେଇ ଗୁଣା ଅଧିକ ଓଜନ ବିଶିଷ୍ଟ ଏହି ଗ୍ରହଟି ସମ୍ପୂର୍ଣ୍ଣ ଧାତୁମୟ । ଦିନରେ ଏହି ଧାତବ ଗ୍ରହର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ ପାର କରିଯାଉଛି । ଛୋଟ ତାରାକୁ ଅତି ନିକଟରେ ଏହା ପ୍ରଦକ୍ଷଣ କରୁଛି । ଏହି ଧାତବ ଗ୍ରହର ନାମ ‘କେ୨-୨୨୯ବି’ ରଖାଯାଇଛି । ଫ୍ରାନ୍ସର ଏକ୍ସ ମାର୍ସେଇଲ୍‌ ବିଶ୍ୱିବଦ୍ୟାଳୟ ଏବଂ ବ୍ରିଟେନ୍‌ର ୱାୱାରିଂକା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଧାତବ ଗ୍ରହର ଅନୁସନ୍ଧାନ କରିଛନ୍ତି । କେ-୨ ଦୂରବିକ୍ଷଣ ଯନ୍ତ୍ର ଦ୍ୱାରା ଏହି ଧାତବ ଗ୍ରହକୁ ଠାବ୍‌ କରାଯାଇଛି । ଏହି ଧାତବ ଗ୍ରହର ବିଶେଷତ୍ୱ ଜାଣିବାକୁ ଡୋପଲର ସ୍ପେକ୍ଟ୍ରୋସ୍କୋପି ଜ୍ଞାନକୌଶଳ ବା ୱେବଲ ପକ୍ରିୟାର ବ୍ୟବହାର କରାଯାଉଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories