mission shakti banner

ଆଜୀବନ ବାସନ୍ଦହେବେ ସ୍ମିଥ୍‍ ଓ ୱାର୍ଣ୍ଣର!

BSKY banner  750×100
0

କେପ୍‍ଟାଉନ୍‍  : ବଲ୍‍ ଟାମ୍ପରିଂ ମାମଲାରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) କାର୍ଯ୍ୟାନୁଷ୍ଠାନ ନେଇସାରିଛି। ଦଳର ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ପରବର୍ତ୍ତୀ ଟେଷ୍ଟମ୍ୟାଚ୍‍ରୁ ବାସନ୍ଦ କରିବା ସହ ତାଙ୍କର ପୂରା ମ୍ୟାଚ୍‍ ଫି କାଟିଦେଇଛି। ଏବେ ଏପରି ଗୁରୁତର ଅପରାଧ ଲାଗି କାର୍ଯ୍ୟାନୁଷ୍ଠାନ ନେବାର ପାଳି କ୍ରିକେଟ ଅଷ୍ଟ୍ରେଲିଆର। ଅତ୍ୟନ୍ତ କ୍ଷୁବ୍‍ଧ ହୋଇଥିବା କ୍ରିକେଟ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ଓ ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି। କ୍ରିକେଟ ଅଷ୍ଟ୍ରେଲିଆର ଆଚାର ସଂହିତା ଉଲ୍ଲଙ୍ଘନ କରିବା ଓ ଠକିବା ଯୋଗୁଁ ସ୍ମିଥ୍‍ ଓ ୱାର୍ଣ୍ଣର କ୍ରିକେଟ୍‍ରୁ ଆଜୀବନ ବାସନ୍ଦ ହୋଇପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି।
ଷ୍ଟିଭେନ୍‍ ସ୍ମିଥ୍‍ ଓ ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍ଟ ବଲ୍‍ ଟାମ୍ପରିଂ କରିଥିବା କଥା ସ୍ୱୀକାର କରିବା ପରେ ସବୁଠାରୁ ବିବ୍ରତ ହୋଇପଡ଼ିଛି କ୍ରିକେଟ ଅଷ୍ଟ୍ରେଲିଆ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ତା’ର ଦୁଇ ଅଧିକାରୀ ଇଆନ୍‍ ରୟ ଓ ପ୍ୟାଟ୍‍ ହୋୱାର୍ଡଙ୍କୁ ଦକ୍ଷିଣ ଆଫ୍ରିକା ପଠାଇଛି। ବଲ୍‍ ଟାମ୍ପରିଂ କରିବାର ନିଷ୍ପତ୍ତି ୩ୟ ଦିନର ଭୋଜନ ବିରତି ବେଳେ ଦଳର ନେତୃତ୍ୱମଣ୍ଡଳୀ ନେଇଥିଲେ ବୋଲି ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ କହିବା ପରେ ଖଣ୍ଡା ଏବେ ସ୍ମିଥ୍‍ ଓ ଉପଅଧିନାୟକ ଡେଭିଡ୍‍ ୱାର୍ଣ୍ଣରଙ୍କ ଉପରେ ଝୁଲୁଛି। ଯଦି ରୟ ଓ ହୋୱାର୍ଡ ଉଭୟଙ୍କ ବିରୋଧରେ ରିପୋର୍ଟ ଦିଅନ୍ତି; ତେବେ ତା’ର ଇମେଜ୍‍କୁ ବଞ୍ଚାଇବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ୍‍ ଓ ୱାର୍ଣ୍ଣରଙ୍କୁ ଆଜୀବନ ବାସନ୍ଦ କରିପାରେ। ପୁଣି ଏହି ମାମଲାରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାଲ୍‍କମ୍‍ ଟର୍ନବୁଲ୍‍ କ୍ଷୋଭ ପ୍ରକାଶ କରିବା କ୍ରିକେଟ ଅଷ୍ଟ୍ରେଲିଆକୁ ଆହୁରି ଲଜ୍ଜିତ କରିଛି। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ଜେମ୍‍ସ ସଦରଲାଣ୍ଡ ଦେଶର କ୍ରିକେଟପ୍ରେମୀଙ୍କୁ କ୍ଷମା ମାଗିଛନ୍ତି ଏବଂ ଦୋଷୀ କ୍ରିକେଟଙ୍କ ପ୍ରତି ଦଣ୍ଡବିଧାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି। ପୁଣି ବଲ୍‍ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆର କ୍ରୀଡ଼ା କମିଶନ୍‍ କ୍ରିକେଟ ଅଷ୍ଟ୍ରେଲିଆକୁ ଜବାବ ମାଗିଛି।
ଇଆନ୍‍ ରୟ ଓ ପ୍ୟାଟ୍‍ ହୋୱାର୍ଡ ସେମାନଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିସାରିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ଏକ କମିଶନ ଗଠନ କରିବ। ଯେଉଁମାନଙ୍କ ନାମରେ ଅଭିଯୋଗ ଥିବ; ସେମାନେ କମିଶନରଙ୍କ ସମ୍ମୁଖରେ ହାଜରହୋଇ ସେମାନଙ୍କ ପକ୍ଷ ରଖିବେ। ପରେ କମିଶନ ତା’ର ରିପୋର୍ଟ କ୍ରିକେଟ ଅଷ୍ଟ୍ରେଲିଆକୁ ପ୍ରଦାନ କରିବ। ପରେ କ୍ରିକେଟ ଅଷ୍ଟ୍ରେଲିଆ ଦୋଷୀ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Leave A Reply