ସାମସଙ୍ଗ ଗାଲାକ୍ସି ଏସ୍‌୧୦ରେ ରହିବ ୫ଟି କ୍ୟାମେରା

0

ନୂଆଦିଲ୍ଲୀ:  ସାମସଙ୍ଗ୍‌ ଏହାର ଲୋକପ୍ରିୟ ମୋବାଇଲ ଫୋନ୍‌ ଗାଲାକ୍ସି ସିରିଜ୍‌ର ପରିବର୍ତ୍ତୀ  ଫୋନ୍‌ ଗାଲାକ୍ସି ଏସ୍‌ ୧୦ ଖୁବ ଶୀଘ୍ର ଲଞ୍ଚ କରିବ । ଏହି ହାଇ ଏଣ୍ଡ ସ୍ମାର୍ଟ ଫୋନ୍‌ରେ ୫ଟି କ୍ୟାମେରା ରହିବ । ୩ ପ୍ରକାରର ଏହି ଫୋନ୍‌କୁ ଲଞ୍ଚ କରାଯିବ ।

ସାମସଙ୍ଗ  ଏସ୍‌ ୯  ଓ ଏସ୍‌ ୯+ ପରେ ସାମସଙ୍ଗ ଗାଲାକ୍ସି ଏସ୍‌ ୧୦ ଲଞ୍ଚ କରାଯିବ । ଏହାର କିଛି ଫିଚ୍‌ର ଲଞ୍ଚ ପୂର୍ବରୁ ଲିକ୍‌ ହୋଇଛି । ଏହା ସାମସଙ୍ଗର ଏକ ଉତ୍ତମ ଫୋନ୍ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆସନ୍ତା ବର୍ଷ ପ୍ରଥମ ଭାଗରେ ସାମସଙ୍ଗ ଏହି ଫୋନ ଲଞ୍ଚ୍‌ କରିବା ।  କ୍ୟାମେରା ବ୍ୟତୀତ ଏଥିରେ ଆହୁରି ଅନେକ ବିଶେଷତା ରହିବ ବୋଲି ସାମସଙ୍ଗ ପକ୍ଷରୁ କୁହାଯାଇଛି । ଫୋନ୍‌ର ପଛ ଭାଗରେ ୩ ଟି କ୍ୟାମେରା ରହିବା ସହ ଆଗପଟେ ୨ଟି କ୍ୟାମେରା ରହିବ । ଏଥିରେ ଉନ୍ନତ ମାନରେ କ୍ୟାମେରାଲ ଲେନସ୍‌ ସେନସ୍‌ର ବ୍ୟବହାର କରାଯିବ ।

Leave A Reply