ରୁଷ ଗୁଳିକାଣ୍ଡ – ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ଶତାଧିକ ଆହତ
ଡେସ୍କ: ରୁଷରେ ଗତକାଲି ମସ୍କୋର କ୍ରୋକସ୍ ସିଟି ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଥିବା ବେଳେ ୧୨୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ନେତା ଏହି ଜଘନ୍ୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ୍ ଏବଂ ୟୁଏଇ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଋଷର ସରକାର ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସକ୍ରିୟ ଭାବେ ସହଯୋଗ କରିବାକୁ ସମସ୍ତ ଦେଶକୁ ଆହ୍ୱାନ ଦେଇଛି।
ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ ଖୋରାସାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣ ଘଟଣାରେ ୪ ଜଣ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ରୁଷ୍ କହିଛି। ରୁଷିଆର ଅନୁସନ୍ଧାନ କମିଟି କହିଛି, ମୁଖାପିନ୍ଧା ବନ୍ଧୁକଧାରୀମାନେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲେ। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
‘ତୁମ ଭାଇ, ତୁମ ପୁଅ ବହୁତ ଶକ୍ତିଶାଳୀ…’, ପତ୍ନୀ ସୁନୀତା ପଢ଼ିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଭିଡିଓ ବାର୍ତ୍ତା
Comments are closed.