www.samajalive.in
Monday, December 15, 2025
17.1 C
Bhubaneswar

ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଗୁଜବ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ ନିଜର ଚେହେରା ନ ଦେଖାଇବା। ସ୍ଵାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ଟ୍ରମ୍ପ ୩ ଦିନ ହେବ ଗଣମାଧ୍ୟମ ସମ୍ମୁଖକୁ ଆସିନାହାନ୍ତି। ତେଣୁ ‘ଟ୍ରମ୍ପ ମୃତ’ ବା #trumpisdead ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ରେଣ୍ଡ କରୁଛି।

ଲୋକଙ୍କ କହିବା ଅନୁସାରେ, ଟ୍ରମ୍ପ ସବୁବେଳେ କ୍ୟାମେରା ଲେନ୍ସରେ ରହିବାକୁ ପସନ୍ଦ କରନ୍ତି। କିଛି ନା କିଛି ଅଜବ କଥା କହି ଖବରର ଶିରୋନାମାକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ୭୨ ଘଣ୍ଟା ଧରି ତାଙ୍କୁ ଆଉ ଗଣମାଧ୍ୟମରେ ଦେଖିବାକୁ ମିଳୁନାହିଁ। ଗତ ମଙ୍ଗଳବାର ହ୍ବାଇଟ୍‌ ହାଉସରେ କ୍ୟାବିନେଟ ବୈଠକ ପରଠାରୁ ଟ୍ରମ୍ପ ଆଉ ଦେଖାଯାଉ ନାହାନ୍ତି। ବୁଧବାର, ଗୁରୁବାର ଏବଂ ଶୁକ୍ରବାର ୩ ଦିନ ଧରି ହ୍ବାଇଟହାଉସ ପକ୍ଷରୁ ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟସୂଚୀ ବି ପ୍ରକାଶ କରାଯାଇ ନାହିଁ।

- Advertisement -

ଏହାକୁ ନେଇ ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। #trumpisdead #whereistrump and #hesdead ଭଳି ବାର୍ତ୍ତା ଏକ୍ସ’ରେ ଟ୍ରେଣ୍ଡ କରୁଛି। ତେବେ ସେ ସୁସ୍ଥ ଥିବା ଟ୍ରମ୍ପଙ୍କ ମୁଖପାତ୍ର କାରୋଲିନ ଲାଭିଟ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories