ଧାମରା: ଧାମରାରେ ଶନିବାର ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଧାମରା ଡିଆଇ ରୋଡଠାରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ୩ ଜଣ ଆହତଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ପଶ୍ଚିମବଙ୍ଗ ନିବାସୀ ଗଣେଶ ଜେନା(୪୧)ଙ୍କର ମୃତ୍ୟୁ ଘଟିଥିଲା। ତାଳଚୁଆ ଅଂଚଳର ଶିବ ଶଙ୍କର ପ୍ରଧାନ ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।



