Patra electronics

ବଦଳିଲା ନିୟମ ; ଏଲପିଜି ସିଲିଣ୍ଡର ଠାରୁ କ୍ରେଡିଟ୍ କାର୍ଡ.. ଦେଶରେ ୧ ଜୁନରୁ ହେଲା ଏସବୁରେ ପରିବର୍ତ୍ତନ..

ନୂଆଦିଲ୍ଲୀ : ଜୁନ୍ ମାସ ଆରମ୍ଭ ହୋଇଥିବା ବେଳେ ପହିଲାରୁ ଦେଶରେ ଅନେକ ବଡ ପରିବର୍ତ୍ତନ ଲାଗୁ ହେଉଛି। ଏହାର ପ୍ରଭାବ ସିଧାସଳଖ ଜନ ସାଧାରଣଙ୍କ ପକେଟ୍ ଓ ରୋଷେଇ ଘର ବଜେଟ୍ ଉପରେ ପଡିପାରେ। ଏଥିରେ ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ ପର୍ଯ୍ୟନ୍ତ ସାମିଲ ରହିଛି।

ଜାଣନ୍ତୁ ସେହି ୫ଟି ବଡ ପରିବର୍ତ୍ତନ ବିଷୟରେ..
ତୈଳ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ କରିଥାଏ। ଆଜି ୧ ଜୁନ୍ ୨୦୨୪ ସକାଳେ ସଂଶୋଧିତ ଦାମ୍ ଜାରି କରିଛି। ଆଇଓସିଏଲର ୱେବସାଇଟ୍ ଅନୁଯାୟୀ, ଲଗାତାର ୩ୟ ମାସରେ ଏଲପିଜିର ଦାମ୍ ରେ ହ୍ରାସ ହୋଇଛି। ୧୯ କିଲୋଗ୍ରାମ୍ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ୭୨ ଟଙ୍କା ହ୍ରାସ ହୋଇଛି। ମାତ୍ର ଚଳିତ ଥର ମଧ୍ୟ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦେଶର ଚାରି ମହାନଗରରେ ଦାମ୍ ରହିଛି, ଦିଲ୍ଲୀ ୧ ମେ’- ୧୭୪୫.୫୦ ଟଙ୍କା -୧ ଜୁନ୍  – ୧୬୭୬ ଟଙ୍କା
କୋଲକାତା – ୧୮୫୯ ଟଙ୍କା – ୧ ଜୁନ୍ ୧୭୮୭
ମୁମ୍ବଇ – ୧୬୯୮.୫୦ – ୧୬୨୯ ଟଙ୍କା
ଚେନ୍ନାଇ – ୧୯୧୧ ଟଙ୍କା -୧୮୪୦.୫୦ ଟଙ୍କା

ମଙ୍ଗଳଙ୍କ ଚଳନରେ ବିଶେଷ ରାଜଯୋଗ ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ସଫଳତା, ଚାକିରି, ଧନ..

ତୈଳ କମ୍ପାନୀ ଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମରେ ହ୍ରାସ କରିବା ସହ ବିମାନ ଇନ୍ଧନ ଦାମରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଆଇଓସିଏଲ ଅନୁଯାୟୀ, ଦିଲ୍ଲୀର ଏଟିଏଫ ଦାମ୍ ୧,୦୧, ୬୪୩.୮୮ ଟଙ୍କା ପ୍ରତି କିଲୋମିଟରରୁ ହ୍ରାସ ହୋଇ ୯୪,୯୬୯.୦୧ ଟଙ୍କା ପ୍ରତି କିଲୋମିଟର କରିଛି। ସେହିପରି ମୁମ୍ବଇ ୯୫,୧୭୩.୭୦ ଟଙ୍କା ପ୍ରତି କିଲୋମିଟରୁ ହ୍ରାସ ହୋଇ ୮୮,୮୩୪.୨୭ ଟଙ୍କା ପ୍ରତି କିଲୋମିଟର ହୋଇଛି।

୧ ଜୁନରୁ ୩ୟ ବଡ ପରିବର୍ତ୍ତନ ହେଉଛି କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ। ଏସବିଆଇ କ୍ରେଡିଟ୍ କାର୍ଡକୁ ନେଇ କିଛି ନିୟମରେ ପରିବର୍ତ୍ତନ କରିଛି। ଏସବିଆଇର କିଛି କ୍ରେଡିଟ କାର୍ଡ ପାଇଁ ସରକାରଙ୍କ ସହ ସମ୍ବନ୍ଧିତ ଟଙ୍କା ନେଣଦେଣରେ ରିୱାର୍ଡ ଟଙ୍କା ଲାଗୁ ହେବ ନାହିଁ।

ଏଥିରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଓରମ୍, ଏସବିଆଇ କାର୍ଡ ଇଲିଟ୍, ଏସବିଆଇ କାର୍ଡ ଇଲିଟ୍ ଆଡଭାଣ୍ଟଟେଜ, ଏସବିଆଇ କାର୍ଡ ପଲ୍ସ, ସିମ୍ପଲି କ୍ଲିକ୍ ଏସବିଆଇ କାର୍ଡ ଆଦି ସାମିଲ ରହିଛି।

ଅନ୍ୟ ଏକ ପରିବର୍ତ୍ତନ ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ। ୧ ଜୁନ୍ ୨୦୨୪ରୁ ଡ୍ରାଇଭିଂ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଡ୍ରାଇଭିଂ ପରୀକ୍ଷା କରାଯିବ। ଏପର୍ଯ୍ୟନ୍ତ ଏହି ପରୀକ୍ଷା କେବଳ ଆରଟିଓ ଦ୍ୱାରା ଜାରି କରାଯାଇଥିବା ସରକାରୀ ସେଣ୍ଟରରେ ହେଉଥିଲା। ମାତ୍ର ଏବେ ଘରୋଇ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଶେଷଙ୍କର ଡ୍ରାଇଭିଂ ପରୀକ୍ଷା ହେବ। ଲାଇସେନ୍ସ ଜାରି କରାଯିବ। ମାତ୍ର ଆରଟିଓ ଦ୍ୱାରା ମାନ୍ୟତା ପାଇଥିବା ଇଷ୍ଟିଚ୍ୟୁଟ୍ ରେ ହିଁ ପରୀକ୍ଷା ହେବ। ଏହାସହ ୧୮ ବର୍ଷରୁ କମ୍ ନାବାଳକ ଗାଡି ଚଲାଉଥିବା ଦେଖାଗଲେ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ୨୫ ବର୍ଷ ଲାଇସେନ୍ସ ମଧ୍ୟ ଆବେଦନ କରି ପାରିବେ ନାହିଁ।

ଅନ୍ୟ ଏକ ପରିବର୍ତ୍ତନ ଜୁନ୍ ୧୪ ତାରିଖରୁ ଲାଗୁ ହେବ। ୟୁଆଇଡିଏଆଇ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବା ପାଇଁ ଡେଡ୍ ଲାଇନକୁ ବଢାଇ ୧୪ ଜୁନ୍ କରି ଦେଇଥିଲେ। ଏହାକୁ ଆଗକୁ ମଧ୍ୟ ବୃଦ୍ଧି କରାଯାଇଛି। ମାତ୍ର ଆଗକୁ ବୃଦ୍ଧି କରିବାର ସମ୍ଭାବନା କମ୍। ତେଣୁ ଏହାକୁ ମାଗଣାରେ ଅପଡେଟ୍ କରିବା ପାଇଁ କିଛି ଦିନର ସମୟ ବାକି ରହିଛି। ଏହାପରେ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍ କରିବା ଦ୍ୱାରା ଗୋଟିଏ ଅପଡେଟ୍ ପିଛା ୫୦ ଟଙ୍କା ଦେବାକୁ ପଡିବ।

 

Comments are closed.