www.samajalive.in
Saturday, December 6, 2025
15.1 C
Bhubaneswar

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର, ୪ ଶୁଟରଙ୍କୁ ଗିରଫ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍‌‌ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ ଏହା ପୂର୍ବରୁ ମୁମ୍ବଇ ପୁଲିସ ହାତରେ ଧରାପଡ଼ିଯାଇଛନ୍ତି ଶୁଟର। ସେମାନଙ୍କୁ ଗିରଫ ପରେ ସଲମାନଙ୍କୁ ହତ୍ୟା ପାଇଁ ହୋଇଥିବା ଯୋଜନାର ପର୍ଦ୍ଦାଫାଶ ହୋଇଛି।

ନଭି ମୁମ୍ବଇ ପୁଲିସ ଗିରଫ କରିଥିବା ଶୁଟରମାନେ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ। ଏମାନେ ପନୱେଲଠାରେ ଅଭିନେତା ସଲମାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରିଥିଲେ। ଆକ୍ରମଣ ପାଇଁ ସଲମାନଙ୍କ ଫାର୍ମ ହାଉସ ସମେତ ଅନ୍ୟ କେତେକ ସ୍ଥାନକୁ ବାଛିଥିଲେ। ଏକେ-୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ପାଇଁ ଶୁଟରମାନଙ୍କୁ ଭିଡିଓ ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା।

- Advertisement -

ପୁଲିସ ଶୁଟରମାନଙ୍କ ମୋବାଇଲ୍‌‌ରୁ ଏହି ତଥ୍ୟ ହାସଲ କରିଛି। ଗିରଫ ହୋଇଥିବା ଶୁଟରମାନେ ହେଲେ ଧନଞ୍ଜୟ ଓରଫ ଅଜୟ କଶ୍ୟପ, ଗୌରବ ଭାଟିଆ, ୱାସପି ଖାନ ଏବଂ ରିଜୱାନ ଖାନ। ଏହି ଘଟଣାରେ ପୁଲିସ ଲରେନ୍ସ ବିଷ୍ଣୋଇ, ସମ୍ପତ ନେହରା, ଗୋଲ୍‌‌ଡି ବ୍ରାର ସମେତ ୧୭ରୁ ଅଧିକ ଲୋକଙ୍କ ବିରୋଧରେ ଏତଲା ଦାୟର କରି ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories