www.samajalive.in
Saturday, December 6, 2025
14.1 C
Bhubaneswar

ବେଦାନ୍ତର ନୂଆ ପ୍ରକଳ୍ପ: ୫ ବର୍ଷରେ ୨୦ ହଜାର ଲୋକଙ୍କୁ ମିଳିବ ସ୍ଥାୟୀ ଜୀବିକା

ଲାଞ୍ଜିଗଡ଼: ଲାଞ୍ଜିଗଡ଼଼ସ୍ଥିତ ବେଦାନ୍ତ ଆଲୁମିନିୟମ କମ୍ପାନୀ ଏକ ନୂଆ ପ୍ରକଳ୍ପ ଶୁଭାରମ୍ଭ କରିଛି। ଏହା ଜରିଆରେ ରାଜ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଯୋଜନା ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପର ନାଁ ହେଉଛି ‘ସଙ୍ଗମ: ଜୀବନ ପ୍ରକୃତି ଏବଂ ସଂସ୍କୃତିର ଏକ ମିଳନ’। ଏହା ପରିବେଶ ଅନୁକୂଳ ବିକାଶ ମାଧ୍ୟମରେ ଗ୍ରାମୀଣ ଚାଷୀଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଗାଁରେ ପ୍ରକଳ୍ପ ଗଠନ ହୋଇଥିବାବେଳେ ୫୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ।

କୃଷକ ଉତ୍ପାଦକ କମ୍ପାନୀ (ଏଫପିସି) ତତ୍ୱାବଧାନରେ କ୍ଷୁଦ୍ର ଚାଷୀମାନଙ୍କ ଏକ ଫେଡେରେସନ ଜରିଆରେ ସ୍ଥାୟୀ ଓ ଲାଭଜନକ ଅଣ କୃଷିଭିତ୍ତିକ କାର୍ଯ୍ୟକଳାପରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ। କ୍ରମାଗତ ଉତ୍ପାଦନ ଓ ଅମଳର ସର୍ବାଧିକ ସ୍ତର ହାସଲ କରିବାକୁ ବିଭିନ୍ନ କୃଷି ଅଭ୍ୟାସ ନିୟୋଜିତ କରାଯିବ। କୃଷକମାନେ କିପରି ଅଧିକରୁ ଅଧିକ ଆୟ କରିପାରିବେ ତାହା ଉପରେ ଧ୍ୟାନ ଦିଆଯିବାକୁ ପ୍ରକଳ୍ପ ଲକ୍ଷ୍ୟ ରଖିଛି ।

- Advertisement -

ଭୂତଳ ଜଳ ସଂରକ୍ଷଣ ଓ ଜଳ ଉପଲବ୍ଧତା ବୃଦ୍ଧି ଲାଗି ପ୍ରକଳ୍ପ ସଙ୍ଗମ ଅଧୀନରେ ଅନେକ ଜଳ ସଂପଦ ବିକଶିତ ହେବ । ଏଥିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା ଓ ପୋଖରୀ ନିର୍ମାଣ, କେନାଲଗୁଡ଼ିକର ପୁନଃଥଇଥାନ, ଫସଲର ବିବିଧକରଣ ଓ ପଶୁପାଳନ ଉପରେ ଗୁରୁତ୍ୱ ଦିଆଯିବ । ଏହି ଅଞ୍ଚଳର ୬୦%ରୁ ଅଧିକ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ।

ବେଦାନ୍ତର ସିଇଓ(ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଅଣସଂରକ୍ଷିତ ଗୋଷ୍ଠୀ ପାଇଁ ନିରନ୍ତର ଜୀବିକା ନିର୍ବାହ କରିବା ଓ ଏହି ଅଂଚଳର ସମାଜିକ ଆର୍ଥିକ ଉନ୍ନତି ପାଇଁ ଏକ ପରିବେଶ ଅନୁକୂଳ ବିକାଶ କରାଯାଇ ସ୍ଥାୟୀ ଜୀବିକା ନିର୍ବାହକୁ ସୁଗମ କରାଯିବ । ପ୍ରକଳ୍ପ ସଂଗମ ଆମ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିବ।

ଜିଲାର ଜଣେ କୃଷକ ଶଙ୍କର ଚଣ୍ଡି କହିଛନ୍ତି, ପୂର୍ବରୁ କଳାହାଣ୍ଡି ଏହାର ସ୍ୱାଦ ଓ ରଙ୍ଗ ପାଇଁ ଜଣାଶୁଣା ଥିଲା। କିନ୍ତୁ ଜଳବାୟୁର ଚରମ ପ୍ରଭାବ ଓ ଜଳାଭାବ ହେତୁ ଆଖୁ ଫସଲ କାର୍ଯ୍ୟକ୍ଷମ ହେଉନାହିଁ। ଆଜି ଏହି ପ୍ରକଳ୍ପ ମାଧ୍ୟମରେ ଆମେ ଏହାର ଉତ୍ପାଦନକୁ ପୁଣି ଥରେ ଆରମ୍ଭ କରିବୁ । ଠିକ କୃଷି ଅଭ୍ୟାସ ଓ ଜଳ ପରିଚାଳନା ହେବା ଦ୍ୱାରା ଆମେ ଆୟ ବୃଦ୍ଧି କରିବାକୁ ସକ୍ଷମ ହେବୁ ବୋଲି ବିଶ୍ୱାସ ରହିଛି ।

 

ସାମାଜିକ ପଦକ୍ଷେପ ସ୍ୱରୂପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତ୍ତିଭୂମି, ମହିଳା ସଶକ୍ତୀକରଣ, ପରିମଳ, ପରିବେଶର ଉନ୍ନତି ଓ ତୃଣମୂଳ ସ୍ତରୀୟ କ୍ରୀଡ଼ା ପ୍ରତି ସମର୍ଥନ ଯୋଗାଇ ଦେଉଛି। ୩୭୮ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଛି। ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଲାଞ୍ଜିଗଡ଼଼଼ରେ ଶିକ୍ଷାର ପ୍ରସାର ଲାଗି ଡିଏଭି ଆନ୍ତର୍ଜାତିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories