www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ରୁକ୍ମିଣୀ ବିବାହ: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ସୋମବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ନୀତି ପାଳନ କରାଯିବ। ଏଥିଲାଗି ଆଜି ବନ୍ଦ ରହିବ ସାଧାରଣ ଦର୍ଶନ। ମହାପ୍ରଭୂଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ ରହିବ। ଆପାତତଃ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବେ ମହାପ୍ରଭୁ। ରୁକ୍ମିଣୀ ଗ୍ରାମ ଦେବତୀ ମାଆ ବିମଳାଙ୍କୁ ପୂଜା କରି ଫେରିବାବେଳେ ମନ୍ଦିର ବାହାରେ ଅପେକ୍ଷା କରିଥିବା ମଦନମୋହନ ହରଣ କରିବେ। ଏହି ସମୟରେ ଶିଶୁପାଳଙ୍କ ସହ ତାଙ୍କର ଯୁଦ୍ଧ ହେବ। ଶିଶୁପାଳଙ୍କୁ ଯୁଦ୍ଧରେ ପରାସ୍ତ କରିବେ ପ୍ରଭୁ। ରାତିରେ ବୈଦିକ ରୀତିରେ ଆନୁଷ୍ଠାନିକ ଭାବେ ରୁକ୍ମିଣୀଙ୍କୁ ପ୍ରଭୁ ବିବାହ କରିବେ। ଶ୍ରୀମନ୍ଦିର ମାଜଣା ମଣ୍ଡପରେ ଠାକୁରଙ୍କ ବିବାହ ଅନୁଷ୍ଠିତ ହେବ। ବିବାହ ଶେଷ ହେବା ପରେ ଦେବ ଦମ୍ପତିଙ୍କୁ ବନ୍ଦାପନା କରାଯିବ। ଶ୍ରୀଜିଉଙ୍କ ବିବାହ ଉତ୍ସବ ପାଇଁ ସିଂହଦ୍ଵାର ସମ୍ମୁଖରେ ତେଲିଙ୍ଗି ବାଜା ବାଜିବ। ଶ୍ରୀଜଗନ୍ନାଥ ମନ୍ଦିରକୁ ଆକର୍ଷଣୀୟ ଫୁଲ ଏବଂ ଆଲୋକରେ ସଜ୍ଜିତ କରାଯିବ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories