ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ; ମିଳିଥିଲା ଇମେଲ୍, ଦୁବାଇ ଯାଉଥିଲା ବିମାନ..
ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଦୁବାଇ ଯିବାକୁ ଥିବା ବିମାନରେ ବୋମା ଥିବା ନେଇ ସୋମବାର ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ୯ଟା ୩୫ରେ ଆଇଜିଆଇ ବିମାନବନ୍ଦରରେ ଡାୟଲ କାର୍ଯ୍ୟାଳୟକୁ ଏକ ଇମେଲ୍ ପଠାଯାଇଥିଲା। ଏହି ଇମେଲରେ ଦିଲ୍ଲୀରୁ ଦୁବାଇ ଯିବାକୁ ଥିବା ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା।
ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..
ସୂଚନା ମାତ୍ରେ ବିମାନ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଥିଲା। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଦଳ ବିମାନର ତଲାସି ଆରମ୍ଭ କରିଥିଲେ। ତଲାସି ସମୟରେ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନଥିଲା। ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..
Comments are closed.