www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..

ନୂଆଦିଲ୍ଲୀ : ଏକ ହୃଦୟବିଦାରକ ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ନିଜର ଓଦା ବସ୍ତ୍ର ତାରରେ ଶୁଖାଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗି ଥିଲା। ତା’ରେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ତାଙ୍କ ପତ୍ନୀ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ବାପା-ମାଆଙ୍କର ଏପରି ଅବସ୍ଥା ଦେଖି ପୁଅ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ ଆସି ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି।

ଦେଖନ୍ତୁ ଭିଡିଓ ; ପାଣି ପିଉଥିଲା ହରିଣ, ଆଉ ହଠାତ୍ ହେଲା ଏମିତି..

- Advertisement -

ରିପୋର୍ଟ ଅନୁଯାୟୀ, ଏହି ଘଟଣା ସୋମବାରରେ ପୁଣେର ଡାଉଣ୍ଡ ଅଞ୍ଚଳର ଦାପୋଡି ଗାଁର ବୋଲି ଜଣାପଡିଛି। ଏଠାରେ ଗୋଟିଏ ପରିବାର ଟିଣ ଘରେ ବସବାସ କରୁଥିଲେ। ଘର ନିକଟରେ ହିଁ ବିଜୁଳି ଖୁଣ୍ଟ ଥିଲା।
ଟିଣ ଛାତ ହେତୁ ଏହା ମଧ୍ୟକୁ ବିଦ୍ୟୁତ ଆସି ଲୁଗା ଶୁଖାଇବା ତାର ପର୍ଯ୍ୟନ୍ତ ପହଞ୍ଚିଛି ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ସୁରେନ୍ଦ୍ର (୪୪), ଆଦିକା (୩୮), ଓ ପୁଅ ୧୭ ବୟସର ବୋଲି ଜଣାପଡିଛି। ସୁରେନ୍ଦ୍ରଙ୍କର ୨ ପୁଅ ଓ ଗୋଟିଏ ଝିଅ। ଏହି ପରିବାରରେ କେବଳ ଗୋଟିଏ ପୁଅ ଓ ଝିଅ ବଞ୍ଚି ପାରିଛନ୍ତି, ଯେ କି ଘରେ ନଥିଲେ।
ଘରେ ବିଜୁଳିର ସଂଯୋଗ ଥିବା ସହ ଘର ଭିତରେ ଥିବା ତାର ଧାତୁ ଛାତର ସଂସ୍ପର୍ଶରେ ଆସି ଯାଇଥିଲା। ବାହାରେ ଖୁବ୍ ବର୍ଷା ହେଉଥିଲା। ଗାଧୋଇବା ପରେ ଓଦା ଲୁଗା ଶୁଖାଇବା ସମୟରେ ଏହି ଅଘଟଣ ଘଟିଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories