www.samajalive.in
Saturday, December 6, 2025
15.1 C
Bhubaneswar

ରୁନ୍ଦ୍ରାକ୍ଷ ମାଳାରେ ୧୦୮ ଦାନାର ମହତ୍ତ୍ବ

ପ୍ରାଚୀନ କାଳରୁ ଭାରତରେ ଜପ କରିବାର ମାନ୍ୟତା ରହିଛି। ଏହାକୁ ଜୀବନର ଏକ ଅଙ୍ଗ ବୋଲି କୁହାଯାଇଛି। ଜପ କରିବା ପାଇଁ ମାଳାର ଆବଶ୍ୟକତା ରହିଛି। ଏଥିପାଇଁ ତୁଳସୀ, ରୁନ୍ଦ୍ରାକ୍ଷ, ସ୍ଫଟିକ, ମୋତି ଇତ୍ୟାଦି ମାଳା ରହିଛି। ସବୁ ମାଳା ମଧ୍ୟରୁ ରୁନ୍ଦ୍ରାକ୍ଷ ମାଳାରେ ଜପ କରିବା ସର୍ବୋତ୍ତମ ବୋଲି କୁହାଯାଇଛି। କୁହାଯାଇଛି ଯେ, ରୁନ୍ଦ୍ରାକ୍ଷ ମାଳାରେ କୀଟାଣୁନାଶକ ଶକ୍ତି ଓ ଚୁମ୍ବକୀୟ ଶକ୍ତି ରହିଛି। ଅନେକ ଲୋକ ପୂଜାପାଠରେ ଏହି ମାଳାର ବ୍ୟବହାର କରିଥାଆନ୍ତି। ରୁନ୍ଦ୍ରାକ୍ଷରେ ଥିବା ୧୦୮ ଦାନାର ଅନେକ ମହତ୍ତ୍ବ ରହିଛି।

ରୁନ୍ଦ୍ରାକ୍ଷ ମାଳାରେ ଥିବା ୧୦୮ ଦାନାର ଅନେକ ମହତ୍ତ୍ବ ରହିଛି। ଏହି ବିଷୟରେ ଚୁଡାମଣି ଉପନିଷଦର ଉଲ୍ଲେଖ କରାଯାଇଛି। ଏହି ଅନୁସାରେ, ମନୁଷ୍ୟର ନିଶ୍ବାସପ୍ରଶ୍ବାସ ନେବା ଉପରେ ୧୦୮ମାଳାର ବିଶେଷତ୍ତ୍ବ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ହଜାର ୬୦୦ଥର ନିଶ୍ବାସପ୍ରଶ୍ବାସ ନେଇଥାଏ। ୨୪ଘଣ୍ଟା ମଧ୍ୟରୁ ୧୨ଘଣ୍ଟା ଦିନଚର୍ଯ୍ୟାରେ ବିତାଉଥିବା ବେଳେ ବାକି ୧୨ଘଣ୍ଟା ଦେବାଦେବୀଙ୍କ ଆରାଧନା ପାଇଁ ରହିଛି। ଏପରି ଦେଖିବାକୁ ଗଲେ ଦଶ ହଜାର ଆଠ ଶହ ନିଶ୍ବାସପ୍ରଶ୍ବାସ ଇଷ୍ଟ ଦେବାଦେବୀଙ୍କ ସ୍ମରଣ କରିବା ଉଚିତ। କିନ୍ତୁ ଏତେ ସମୟ ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ। ତେଣୁ ମୋଟ ୧୦,୮୦୦ ସଂଖ୍ୟାର ଶେଷ ଦୁଇଟି ଶୂନ୍ୟକୁ କାଟି ୧୦୮ ନିଶ୍ବାସପ୍ରଶ୍ବାସ ଭଗବାନଙ୍କ ସ୍ମରଣ କରିବା ଉଚିତ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories