www.samajalive.in
Monday, December 15, 2025
14.1 C
Bhubaneswar

୩୦ ସୁଦ୍ଧା ସବୁ ଜିଲାରେ ଆରଟି-ପିସିଆର ପରୀକ୍ଷାଗାର

ଭୁବନେଶ୍ୱର: ଚଳିତ ମାସ ଶେଷସୁଦ୍ଧା ରାଜ୍ୟର ସମସ୍ତ ଜିଲାରେ ଆରଟି-ପିସିଆର ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ। ଆସନ୍ତା ୧୫ ତାରିଖ ଭିତରେ କେତୋଟି ପରୀକ୍ଷାଗାର କାମ ସମ୍ପୂର୍ଣ୍ଣ ହୋଇପାରେ। ଯେଉଁଗୁଡିକ ସମ୍ପୂର୍ଣ୍ଣ ହେବ ସେଗୁଡିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି। ପ୍ରଥମ ଲହର ପ୍ରାରମ୍ଭିକ ସମୟରେ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍‌ଆରସି)ରେ ନମୁନା ପରୀକ୍ଷା ହେଉଥିଲା। ୩୦ ଜିଲାରୁ ସନ୍ଦିଗ୍ଧଙ୍କ ନମୁନା ଏଠାକୁ ଆସୁଥିଲା। ପରୀକ୍ଷାରେ ବିଳମ୍ବ ହେଉଥିଲା। ପରବର୍ତ୍ତୀ ସମୟରେ ସଂକ୍ରମଣ ବୃଦ୍ଧି ପାଇବା ଦ୍ବାରା ପରୀକ୍ଷାଗାର ସଂଖ୍ୟା ବୃଦ୍ଧି କରାଯାଇଥିଲା। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ଏବଂ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବର ସହିତ ଭେଷଜ ମହାବିଦ୍ୟାଳୟଗୁଡିକରେ ଆରଟି-ପିସିଆର ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ପରୀକ୍ଷାକୁ ଗୁରୁତ୍ବ ଦିଆଗଲା। ଦ୍ବିତୀୟ ଲହରରେ ସରକାର ୧୪ ଜିଲାରେ ଆରଟି-ପିସିଆର ପରୀକ୍ଷାଗାର ବ୍ୟବସ୍ଥା କରିଥିଲେ; କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଜିଲାରେ ଗୋଟିଏ ଲେଖାଏଁ ଆରଟି-ପିସିଆର ପରୀକ୍ଷାଗାର ସ୍ଥାପନ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ।

ଯେଉଁ ପରୀକ୍ଷାଗାର ଗୁଡିକ କାର୍ଯ୍ୟକ୍ଷମ ରହିଛି ସେଠାରୁ ପାଖାପାଖି ୧୦ ପ୍ରତିଶତ ନମୁନା ଆଇଏଲଏସକୁ ପଠାଇବା ଲାଗି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ଏବେ ୧୬ ଜିଲାରେ ବିଏସ୍‌ଏଲ୍‌-୨ ପରୀକ୍ଷାଗାର ସ୍ଥାପନ କାମ ଚାଲିଛି। ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି। ପରୀକ୍ଷାଗାରରେ ଯେଉଁ ଯନ୍ତ୍ର (ମେସିନ) ରହିବ ଗୋଟିଏ ପାଳିରେ ୮ ଘଣ୍ଟା ଭିତରେ ୪୦୦ ନମୁନା ପରୀକ୍ଷା କରାଯାଇ ପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories