www.samajalive.in
Sunday, December 14, 2025
17.1 C
Bhubaneswar

ବଢ଼ିବନି ଅବଧି – ପହିଲାରୁ ଧରପଗଡ଼

ଭୁବନେଶ୍ୱର: ରାସ୍ତାରେ ଗଡ଼ିବା ପାଇଁ ଫିଟ୍‌ ଥିବା ସମସ୍ତ ୧୫ ବର୍ଷରୁ ପୁରୁଣା ଦୁଇ ଚକିଆ ଗାଡ଼ି ଆଉ ଥରେ ପଞ୍ଜୀକରଣ ହୋଇପାରିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପଞ୍ଜୀକରଣ ଅବଧି ଶେଷ କରିଥିବା ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅଣ ପରିବହନ ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଏପର୍ୟ୍ୟନ୍ତ କୌଣସି ନିୟମ ନାହିଁ। ଯେ ପର୍ୟ୍ୟନ୍ତ ଗାଡ଼ିର ଫିଟ୍‌ନେସ୍ ପ୍ରମାଣପତ୍ର ରହିଛି ସେ ପର୍ୟ୍ୟନ୍ତ ଗାଡ଼ି ଚଳାଇବାରେ ସମସ୍ୟା ନାହିଁ। କିନ୍ତୁ ଆରଟିଓରେ ଏହି ଗାଡ଼ି ପୁଣିଥରେ ପଞ୍ଜୀକରଣ କରାଇନେବା ଆବଶ୍ୟକ। ଫିଟ୍‌ନେସ୍ ପ୍ରମାଣପତ୍ର ମଧ୍ୟ ପୁନଃନବୀକରଣ ହୋଇପାରୁଛି ବୋଲି କର୍ତ୍ତୃପକ୍ଷ ଆଜି ଟୁଇଟ୍ କରି ଜଣାଇଛନ୍ତି। ତେବେ ଆଜି ପରିବହନ ମନ୍ତ୍ରୀ ପଦ୍ମାନାଭ ବେହେରା କହିଛନ୍ତି ଯେ ପୂର୍ବ ଘୋଷଣା ଅନୁସାରେ ଡିସେମ୍ବର ୧ ତାରିଖରୁ ଟ୍ରାଫିକ୍ ଯାଞ୍ଚ ନୂଆ ନିୟମ ଅନୁସାରେ କରାଯିବ।

ସେ କହିଛନ୍ତି, କାଗଜପତ୍ର ଠିକ କରାଇ ନେବା ପାଇଁ ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇ ଥିଲା। ତେଣୁ ଆଉ କୋହଳ କରିବାର ସମ୍ଭାବନା ନାହିଁ। ଡିସେମ୍ବର ୧ ତାରିଖରୁ ଧରପଗଡ଼ ଆରମ୍ଭ ହେଉଥିବା ବେଳେ ଏପର୍ୟ୍ୟନ୍ତ କିନ୍ତୁ ସବୁ ଗାଡ଼ି ମାଲିକଙ୍କ କାଗଜପତ୍ର ଠିକ କରାଯାଇ ପାରିନାହିଁ। ଏବେ ବି ଆରଟିଓ ଓ ଅସ୍ଥାୟୀ ଶିବିରରେ ଡ୍ରାଇଭିଂ ଲାଇସେନ୍ସ ଓ ପୁନଃପଞ୍ଜୀକରଣ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି। ଭିଡ଼କୁ ଦେଖି ଅଧିକାଂଶ ଆରଟିଓରେ ରାତି ୮ଟା ପର୍ୟ୍ୟନ୍ତ କର୍ମଚାରୀମାନେ କାମ କରୁଛନ୍ତି। ଏହା ସତ୍ତ୍ବେ ବି ଭିଡ଼ କମୁ ନାହିଁ। ଆବେଦନକାରୀଙ୍କ ତୁଳନାରେ ଭିତ୍ତିଭୂମି ପର୍ୟ୍ୟାପ୍ତ ନ ଥିବାରୁ ବହୁ ସମୟ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ହେଉଛି। ତେଣୁ କୋହଳ ଅବଧି ଆଉ କିଛିଦିନ ବଢ଼ାଇବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories