www.samajalive.in
Monday, December 8, 2025
14.1 C
Bhubaneswar

ଅବସରପ୍ରାପ୍ତ ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ପରଲୋକ

କେନ୍ଦୁଝର : କେନ୍ଦୁଝରର ସ୍ବାର୍ଥ ତଥା ବିକାଶ ପାଇଁ ସବୁବେଳେ ପ୍ରୟାସ କରୁଥିବା କେନ୍ଦୁଝର ମାଟିର ପ୍ରଚଣ୍ଡ ସ୍ବାଭିମାନୀ ଦାମ୍ଭିକ ପୁରୁଷ, ​କେନ୍ଦୁଝର ନାଗରିକ ମଞ୍ଚର ସଭାପତି ତଥା ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁ (୮୨)ଙ୍କର ସୋମବାର ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ସମଗ୍ର କେନ୍ଦୁଝର ଜିଲାବାସୀଙ୍କ ‘ମାମୁଁ’ ଭାବେ ସେ ପରିିଚିତ ଥିଲେ। ସେ ଦୀର୍ଘ ୪ ବର୍ଷ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ସେ ୧୯୬୪ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ମଧ୍ୟ ବାୟୁସେନାରେ ଜଣେ ଡାକ୍ତର ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି। ତାଙ୍କ ବିୟୋଗରେ ଜିଲାରେ ଶୋକର ଛାୟା ଖେଳି ଯାଇଥିବାବେଳେ ବିଭିନ୍ନ ବର୍ଗରୁ ଶୋକ ପ୍ରକଟ କରାଯାଇଛି।
ସଦର ବିଧାୟକ ମୋହନ ମାଝୀ କେନ୍ଦୁଝର ମାଟି ଜଣେ ଲଢ଼ୁଆ ପୁଅକୁ ହରାଇଲା ବୋଲି ଶୋକବାର୍ତ୍ତାରେ କହିଛନ୍ତି। ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମନାରାୟଣ ଦ୍ବିବେଦୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଧାଂଶୁଶେଖର ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ଭରତଚନ୍ଦ୍ର ପାତ୍ର ଓ ସଂଗ୍ରାହକ ସୁଜିତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ମୃତ୍ୟୁରେ କେନ୍ଦୁଝରରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ତାହା ଅପୂରଣୀୟ ବୋଲି କହିଛନ୍ତି। କେନ୍ଦୁଝରର ‘ବହି ମଣିଷ’ କୃଷ୍ଣଚନ୍ଦ୍ର ପତି ଓ ସହକାରୀ ଶିକ୍ଷକ ଶାନ୍ତନୁ ମହାପାତ୍ର ପ୍ରମୁଖ ଶ୍ରୀ ସାହୁଙ୍କର କେନ୍ଦୁଝରର ବିକାଶ ପ୍ରତି ଅତୁଳନୀୟ ଅବଦାନ ଥିଲା ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories