bjd gruha runa

ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ

BJD Bijuli 480×75 Mob
ଗଞ୍ଜାମ : ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୧୫ତମ ବାର୍ଷିକ ଉତ୍ସବ ରମ୍ଭା ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବାନାମ୍ବର ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଲୋକସେବକ ମଣ୍ଡଳର ଓଡିଶା ଶାଖା ଅଧକ୍ଷ  ତଥା ଓଡିଶା ସ୍କାଉଟ ଆଣ୍ଡ ଗାଇଡର ଉପସଭାପତି ନିରଞ୍ଜନ ରଥ ଯୋଗଦେଇ କହିଥିଲେ ଯେ ଅବସରପ୍ରାପ୍ତ କର୍ମଚାରୀ ମାନେ ଆଜୀବନ କାର୍ଯ୍ୟରତ ଅଟନ୍ତି। ସେମାନେ କେବେ ହେଲେ ସେବା ନିବୃତ ନୁହନ୍ତି ବୋଲି କହିବା ସହ ସଙ୍ଘର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼.କୃଷ୍ଣ ମୋହନ ପାଠୀ, ଅନ୍ୟତମ ମୁଖ୍ୟବକ୍ତା କଲ୍ୟାଣୀ ସଂଘମିତ୍ରା ଦେବୀ, ସମ୍ମାନିତ ଅତିଥିଭାବେ ଗଞ୍ଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ, ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ବିନୋଦ କୁମାର ବେହେରା, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ, ରେସପଣ୍ଡ ଟ୍ରଷ୍ଟ ଅଫ ଇଣ୍ଡିଆ ଚେୟାରମ୍ୟାନ ସ୍ୱସ୍ତିକ ସୁନ୍ଦର ସିୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଶାଖା ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସୁଖ ସମୃଦ୍ଧି କାମନା ସହ ବିକାଶଶୀଳ ରାଷ୍ଟ୍ର ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ପରିପ୍ରକାଶ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ସ୍ମରଣିକା ଉନ୍ମୋଚିତ ହୋଇଥିଲା l
ଚଳିତ ବର୍ଷ ଓ ଗତ ବର୍ଷ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ଗଞ୍ଜାମ ଅଞ୍ଚଳର ଯୁବକ, ଦୁଃସାହାସିକ ସମୁଦ୍ର କ୍ରୀଡାବିତ ମନସ୍ବିନୀ ମହାରଣା, ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ସମେତ, ବରିଷ୍ଟ ନାଗରିକ ଅବସରପ୍ରାପ୍ତ କୃଷି ଅଧିକାରୀ ଜାମ୍ଭବ ନାହାକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରାରମ୍ଭରେ  ଅବସରପ୍ରାପ୍ତ ସଙ୍ଘର ସଦସ୍ୟ ସ୍ୱର୍ଗତ ପିତାମ୍ବର ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମ୍ପାଦକ ବାଳକୃଷ୍ଣ ମହାରଣା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଗୌରୀ ଶଙ୍କର ପାଢ଼ୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ରମେଶ ପଟ୍ଟନାୟକଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।

Comments are closed.