ସୁପ୍ରିମକୋର୍ଟ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି: ଆରଏସଏସ୍‍

0

ଉତ୍ତନ(ମହାରାଷ୍ଟ୍ର) : ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ହିନ୍ଦୁମାନଙ୍କୁ ଅପମାନିତ କରିଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) କହିଛି। ଅଯୋଧ୍ୟା ବିବାଦ ଅନ୍ୟ ମାମଲା ତୁଳନାରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସୁପ୍ରିମକୋର୍ଟ ଯେଉଁ ଘୋଷଣା କରିଛନ୍ତି ତାହା ହିନ୍ଦୁମାନଙ୍କୁ ଅପମାନିତ କରିଛି ବୋଲି ଆରଏସଏସ୍‍ ସାଧାରଣ ସମ୍ପାଦକ ଭାୟାଜୀ ଯୋଶୀ କହିଛନ୍ତି। ଶୁକ୍ରବାର ଆରଏସଏସର ତିନି ଦିନିଆ କାର୍ଯ୍ୟକାରୀ ସମ୍ମିଳନୀର ଉଦ୍‍ଯାପନୀ ଉତ୍ସବରେ ଶ୍ରୀ ଯୋଶୀ ଏହା କହିବା ସହ ଆବଶ୍ୟକ ପଡିଲେ ରାମ ମନ୍ଦିର ନିର୍ମାଣକୁ ନେଇ ସଂଘ ଆନ୍ଦୋଳନ କରିବାକୁ ପଛଘୂଞ୍ଚା ଦେବ ନାହିଁ ବୋଲି କହିଛନ୍ତି। ମାତ୍ର ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାରୁ ଏଥିନେଇ କେତେକ କଟକଣା ରହୁଛି। ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଅଣାଯିବା ଦରକାର। ତେବେ ଏଥିପାଇଁ ସଂଘ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଉ ନାହିଁ। ସଂଘ ସମ୍ବିଧାନର ନିୟମ ଓ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦିଏ। ସଂଘ ନିବେଦନ କରୁଛି ଯେ ସୁପ୍ରିମକୋର୍ଟ ହିନ୍ଦୁମାନଙ୍କ ଭାବାବେଗକୁ ବିଚାର କରନ୍ତୁ। ରାମ ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଳମ୍ବିତ ହେବାରେ ଲାଗିଛି।

Leave A Reply