www.samajalive.in
Sunday, December 7, 2025
14.1 C
Bhubaneswar

ଅଟେଇ ସଂରକ୍ଷିତ ଜଙ୍ଗଲରେ   ମହାବଳ ବାଘ -ବନ ବିଭାଗ ପକ୍ଷରୁ ଜାରି ହେଲା ଫଟୋ

କେନ୍ଦୁଝରଗଡ଼ : କେନ୍ଦୁଝର ବନଖଣ୍ଡ ଅଧିନ ଅଟେଇ ସଂରକ୍ଷିତ ଜଙ୍ଗଲରେ  ଗତ କିଛି ମାସ ବ୍ୟବଧାନ ପରେ ପୁଣିଥରେ ମହାବଳ ବାଘ ତା’ର ଉପସ୍ଥିତ ଜାହିର କରିଥିବା ନେଇ ବନ ବିଭାଗ ପକ୍ଷରୁ ସୋମବାର ଫଟୋ ଜାରି କରିଛି । ମହାବଳ ବାଘ ଅଟେଇ ଜଙ୍ଗଲରେ ଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟରେ ଉକ୍ତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ୬୧ଟି ଟ୍ରାପ  କ୍ୟାମେରା ସଂଯୋଗ କରାଯାଇଥିଲା ।

 

- Advertisement -

ପରବର୍ତ୍ତୀ ସମୟରେ ୩ଟି କ୍ୟାମେରା ଚୋରୀ ହେବା ସହ ୧୦ଟି କ୍ୟାମେରାକୁ ବନ ବିଭାଗ ପକ୍ଷରୁ ଖୋଲି ଦିଆଯାଇଥିବା ବେଳେ ବର୍ତ୍ତମାନ ୪୮ଟି କ୍ୟାମେରା ମହାବଳ ବାଘ ସମେତ ବିରଳ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିଛି । ଅଟେଇ ଜଙ୍ଗଲରେ ମହାବଳ ବାଘ ସମେତ ଝିଙ୍କ, ଚିତ୍ରା ହରିଣ, ଧୂସର ଗଧିଆ, ଜଙ୍ଗଲି ବାରହା, ଭାଲୁ ଆଦି ବହୁ ବନ୍ୟପ୍ରାଣୀଙ୍କ ଫଟୋ ଉକ୍ତ ଟ୍ରାପ କ୍ୟାମେରାରେ କଏଦ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସେମାବାର ଫଟୋ ଜାରି କରାଯାଇଛି ।

 

ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଜଙ୍ଗଲର ୪ଟି ସ୍ଥାନରେ ଅସ୍ଥାୟୀ ଗେଟ୍‍ ସ୍ଥାପନ ସହ ଟ୍ରେଞ୍ଚ ଖେଳା ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ମହାବଳ ବାଘ ଗତିବିଧି ଉପରେ ତୀକ୍ଷ୍ଣ ନଜର ପାଇଁ ଘଟଗାଁ ଓ ପାଟଣା ବନାଞ୍ଚଳର ୩ଜଣ ଫରେଷ୍ଟର, ୮ଜଣ ଫରେଷ୍ଟ ଗାର୍ଡ ଓ ୧୦ଜଣ ବନ ବିଭାଗ ସୁରକ୍ଷାକର୍ମୀଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ୨୪ଘଣ୍ଟିଆ ସତର୍କ ପ୍ରହରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏତଦ୍‍ବ୍ୟତୀତ ମହାବଳ ବାଘ ତା’ର ଉପସ୍ଥିତି ଜାହିର କରିବା ଜଣାପଡିବା ପରେ ଅଧିକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଧିକ ସଂଖ୍ୟକ ବନ କର୍ମଚାରୀ ମଧ୍ୟ ମୁତୟନ କରାଯାଉଥିବା ସହକାରୀ ବନ ସଂରକ୍ଷକ କେନ୍ଦୁଝର ଅଶୋକ ଦାସ କହିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories