www.samajalive.in
Monday, December 15, 2025
15.1 C
Bhubaneswar

ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟତ୍ର ବିବାହ କଲେ ସ୍ତ୍ରୀ

ରାଉରକେଲା: ବିବାହ ପରି ଏକ ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କ । ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି ସ୍ତ୍ରୀ । ଏଭଳି ଲଜ୍ୟାଜନକ ଘଟଣା ପୁଣି ରାଉରକେଲାର ବନ୍ଧମୁଣ୍ଡାରେ ଘଟିଛି । ଏବେ ନ୍ୟାୟ ଦାବିକରୁଛନ୍ତି ପ୍ରଥମ ସ୍ୱାମୀ ।

ସୂଚନାଯୋଗ୍ୟ, ବିହାରର ମୂଳ ବାସିନ୍ଦା ମନଜଂୟ ଚୌବେ ୨୦୧୬ରେ ରାଉରକେଲାର ଜଣେ ଓଡିଆ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ପରିବାର ଲୋକ ଗ୍ରହଣ କରିନଥିବାରୁ ସେମାନେ କୋର୍ଟରେ ବିବାହ କରି ବୈବାହିକ ଜୀବନ ବିତାଉଥିଲେ । କିନ୍ତୁ ହଠାତ୍ ଭାଙ୍ଗିଗଲା ସୁଖ ସଂସାର ।  ମନଜଂୟ ଚୌବେ ଘରେ ନଥିବା ବେଳେ ତାଙ୍କ ପତ୍ନୀ  ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିବା ନେଇ ଅଭିଯୋଗ ହୋଇଛି ।

- Advertisement -

ଗତ ୨୨ ତାରିଖରେ କୌଣସି କାର୍ଯ୍ୟରେ ସେ ବନାରସ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ବାପଘରକୁ ଯାଇଥିଲେ । ସେମାନେ କିଛି ଦିନ ଫୋନରେ କଥା ହେଉଥିଲେ କିନ୍ତୁ ମାର୍ଚ ୧ ତାରିଖରୁ ତାଙ୍କ ସ୍ତ୍ରୀ ଫୋନ୍ ଉଠାଉ ନ ଥିଲେ । ଶେଷରେ ଝିଅର ମାଙ୍କୁ ଫୋନ୍ କରିବାରୁ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି । ମନଜଂୟ ଚୌବେ ସେଠାରେ ପହଞ୍ଚି ବିବାହ ଫଟୋ ଓ ସାର୍ଟିଫିକେଟ ଦେଖାଇବା ସହ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମାତ୍ର ଥାନାରେ ପ୍ରଥମେ କେହି ତାଙ୍କ କଥା ଶୁଣି ନ ଥିବା ସେ ପ୍ରକାଶ କରିଥିଲେ । ଏହାପରେ ସେ ଗଣ ମାଧ୍ୟମର ସହାୟତା ନେଇଥିଲେ । ପୁଲିସ ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories