www.samajalive.in
Saturday, December 6, 2025
15.1 C
Bhubaneswar

ହାଦିଆ ବିବାହକୁ ସ୍ୱୀକୃତି, ସ୍ୱାମୀ ସହ ରିହିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ମୁସଲମାନ ଧର୍ମ ଗ୍ରହଣ କରିଥିବା ହାଦିଆ ଓରଫ ଅଖିଳାର ନିକାହ ବା ବିବାହକୁ ସୁପ୍ରିମକୋର୍ଟ ଗୁରୁବାର ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱାମୀ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହାସହ କେରଳ ହାଇକୋର୍ଟଙ୍କ ପୂର୍ବ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ହାଦିଆ ସ୍ୱଇଚ୍ଛାରେ ମୁସଲମାନ ଧର୍ମ ଗ୍ରହଣ କରିବା ସହିତ ଶଫିନ ଜାହାନଙ୍କୁ ବିବାହ କରିଥିବାରୁ ଏହି ବିବାହକୁ ଅସିଦ୍ଧ ଘୋଷଣା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ. ଏମ୍‌. ଖାନ୍‌ୱିଲକର ଏବଂ ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଭ୍‌ ଜିହାଦ ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଆଇନ ଅନୁସାରେ ତଦନ୍ତ ଜାରି ରହିବ ବୋଲି କହିଛନ୍ତି । ଆଇନ ଅନୁସାରେ ହାଦିଆ ନିଜ ସ୍ୱାମୀ ସହ ବାକି ଜୀବନ କାଟିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

- Advertisement -

ପ୍ରାପ୍ତ ବୟସ୍କ ଯୁବତୀ ଯୁବକଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଥିବା ବିବାହକୁ କୌଣସି କୋର୍ଟ ରଦ୍ଦ କରିପାରିବେ ନାହିଁ ବୋଲି କହି କେରଳ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ପ୍ରକାଶ ଯେ ଏହା ପୂର୍ବରୁ କେରଳ ହାଇକୋର୍ଟ ହାଦିଆଙ୍କ ବିବାହକୁ ରଦ୍ଦ କରିଦେଇଥିଲେ । କେରଳର ହିନ୍ଦୁ ଯୁବତୀ ହାଦିଆ ଓରଫ ଅଖିଳା ପିତାମାତାଙ୍କ ଇଚ୍ଛା ବିରୋଧରେ ଯାଇ ୨୦୧୬ ଡିସେମ୍ବରରେ ମୁସଲମାନ ଯୁବକ ସାଫିନ ଜାହାନଙ୍କୁ ବିବାହ କରିଥିଲେ।

ତେବେ ଏହି ବିବାହ ପଛରେ ଲଭ୍‌ ଜିହାଦ ଭଳି ଧର୍ମାନ୍ତରୀକରଣ ପ୍ରସଙ୍ଗ ରହିଥିବା ନେଇ ହାଦିଆଙ୍କ ବାପା ଅଶୋକାନ କେଏମ୍‌ କେରଳ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ଆଧାରରେ ମେ ୨୫ରେ ହାଇକୋର୍ଟ ଏହି ବିବାହକୁ ଅବୈଧ ଘୋଷଣା ପୂର୍ବକ ହାଦିଆଙ୍କୁ ତାଙ୍କ ପିତାମାତାଙ୍କ ଅଧୀନରେ ରହିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ହାଦିଆଙ୍କ ସ୍ୱାମୀ ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ ଐତିହାସିକ ବୋଲି ଗଣା ଯାଉଛି । ଅପରପକ୍ଷରେ ହାଦିଆଙ୍କ ବାପା ଅଶୋକାନ୍‌ ଏହି ରାୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଝିଅକୁ ଜଣେ ଆତଙ୍କବାଦୀ ସହ ଛାଡ଼ିବାକୁ ସେ କଷ୍ଟ ଅନୁଭବ କରୁଥିବା କହିଛନ୍ତି । ସେ ତାଙ୍କ ଆଇନଗତ ଲଢେଇ ଜାରି ରଖିବେ ଓ ଏନ୍‌ଆଇଏ ତଦନ୍ତ ଫଳ ତାଙ୍କ ସପକ୍ଷରେ ଆସିବ ବୋଲି ଅଶୋକାନ୍‌ ଆଶା ବ୍ୟକ୍ତ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories