ରାଉରକେଲାରୁ ୧୬ଲକ୍ଷ ୧୧ହଜାର ଟଙ୍କାର ନକଲି ନୋଟ ଜବତ; ଆନ୍ତଃରାଜ୍ୟ ଅପରାଧୀ ଶେଖ ଅହମଦ ଗିରଫ
ରାଉରକେଲା: ରାଉରକେଲା ପୁଲିସ ସହାୟତାରେ ରାଜ୍ୟ ଏସଟିଏଫ ଟିମ ରାଉରକେଲାର ସେକ୍ଟର ୧୫ଥାନା ଅଂଚଳରୁ ଆଜି ୧୬ ଲକ୍ଷ ୧୧ ହଜାର ନକଲି ଟଙ୍କା ଜବତ କରିଛି l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ସହାୟତାରେ ଏସଟିଏଫ ଟିମ ଏହି ଚଢ଼ାଉ କରିଥିବା ବେଳେ, ଏଥିରେ ସମ୍ପୃକ୍ତି ଥିବା ଆନ୍ତଃରାଜ୍ୟ ଅପରାଧୀ ଶେଖ ଅହମଦକୁ ସେକ୍ଟର ୧୭ ଅଞ୍ଚଳରୁ ଗିରଫ କରାଯାଇଛି l ଶେଖ ଅହମଦ ନିକଟରୁ ଏହି ନକଲି ନୋଟ୍ ସହିତ ଲାପଟପ, କଲର ପ୍ରିଣ୍ଟର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି l ପୁଲିସର ସୂଚନା ଅନୁସାରେ ଶେଖ ଅହମଦ ସେକ୍ଟର ୧୭ର ସି-୨୩୧ ଘରେ ରହୁଥିବା ବେଳେ ସେ ଦିଲ୍ଲୀର ବଦରପୁର ଥାନା ଅନ୍ତର୍ଗତ ମୋଲ୍ଲାର ବନ୍ଧ ଅଂଚଳର ମୂଳ ବାସିନ୍ଦା l ସେକ୍ଟର ୧୫ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ଘଟଣାର ତଦନ୍ତ ଚାଲିଛି l ଏସଟିଫର ସୂଚନା ଅନୁଯାୟୀ ଜୁଲାଇ ୨୦୨୨ରେ ଏହିଭଳି ୨୯ଲକ୍ଷ ୪୧ହଜାର ନକଲି ଟଙ୍କା ଜବତ କରାଯାଇଛି l ଏହି ନକଲି ଟଙ୍କାର କାରବାର କେତେ ଦୂର ଲମ୍ବିଛି, ସେ ନେଇ ଖୋଳତାଡ଼ ଜାରି ରହିଛି l
Comments are closed.