www.samajalive.in
Sunday, December 14, 2025
17.1 C
Bhubaneswar

କେଦାରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍ ! ଉତ୍ତରାଖଣ୍ଡରେ ହେବ ଅତ୍ୟାଧୁନିକ ରୋପୱେ

ନୂଆଦିଲ୍ଲୀ, ୧୫ା୧୦: କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ପୂରା କରିହେବ।

ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଭିଡିଓରେ କୁହାଯାଇଛି କି କେଦାରନାଥ ଯାତ୍ରା ଲକ୍ଷ ଲକ୍ଷ ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର; କିନ୍ତୁ ରାସ୍ତା ଲମ୍ବା ରାସ୍ତା ଏହାକୁ କଷ୍ଟଦାୟକ କରୁଛି। ଏବେ ୧୨.୯ କିଲୋମିଟର ଲମ୍ବା ରୋପୱେ ସାହାଯ୍ୟରେ ପ୍ରତି ଘଣ୍ଟାରେ ୧ ହଜାର ୮୦୦ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ। ଏହା ଅତ୍ୟାଧୁନିକ ସହ ସୁରକ୍ଷିତ ମଧ୍ୟ ହେବ। ଏହା ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories