www.samajalive.in
Monday, December 15, 2025
15.1 C
Bhubaneswar

କେବଳ ବାଂଲାଦେଶରେ ଆମକୁ ସମର୍ଥନ ମିଳେନି: ରୋହିତ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳ ବିଶ୍ୱର ଯେକୌଣସି ଦେଶରେ ଖେଳିବା ବେଳେ ସେମାନଙ୍କୁ ପ୍ରବଳ ଦର୍ଶକଙ୍କ ସମର୍ଥନ ମିଳିଥାଏ। ତେବେ ପଡ଼ୋଶୀ ବାଂଲାଦେଶ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଭାରତକୁ ସେପରି ସମର୍ଥନ ମିଳେନାହିଁ ବୋଲି ଭାରତୀୟ ଦଳର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ରୋହିତ ଶର୍ମା କହିଛନ୍ତି। ଫେସ୍‍ବୁକ୍‍ରେ ବାଂଲାଦେଶ କ୍ରିକେଟ୍‍ ଦଳର ବରିଷ୍ଠ ଓପ୍‍ନର ତମିମ୍‍ ଇକ୍‍ବାଲଙ୍କ ସହ ସିଧା ଆଲୋଚନା ବେଳେ ଷ୍ଟାଇଲିସ୍‍ ଓପ୍‍ନର ରୋହିତ ଶର୍ମା ଏହା କହିଛନ୍ତି।
ପୁଣି ଏହି କଥାବାର୍ତ୍ତା ବେଳେ ଏକ ଦୁର୍ବଳ ଦଳରୁ ଶକ୍ତିଶାଳୀ ଦଳର ମାନ୍ୟତା ପାଇଥିବାରୁ ବାଂଲାଦେଶର ଖେଳାଳି ଓ ଏହାର କ୍ରିକେଟ ବୋର୍ଡକୁ ରୋହିତ ଶର୍ମା ଅଭିନନ୍ଦନ ଜଣାଇଥିଲେ। ରୋହିତ କହିଥିଲେ, ଭାରତ ଓ ବାଂଲାଦେଶର ଦର୍ଶକ କ୍ରିକେଟ୍‍କୁ ବହୁତ ଭଲପାଆନ୍ତି। ଆମେ ସାମାନ୍ୟ ତ୍ରୁଟିକଲେ ଚାରିଆଡ଼ୁ ଆମକୁ ସମାଲୋଚନା କରା ଯାଇଥାଏ। ବାଂଲାଦେଶରେ ମଧ୍ୟ ସେହିକଥା ଘଟିଥାଏ। ବାଂଲାଦେଶ ମ୍ୟାଚ୍‍ ଖେଳିବାକୁ ଓହ୍ଲାଇବା ବେଳେ ବାଂଲା ପ୍ରଶଂସକଙ୍କଠାରେ ଉତ୍ସାହ ଉଦ୍ଦୀପନା ଦେଖିଛି। ସମସ୍ତ ପ୍ରଶଂସକ ଘରୋଇ ବାଂଲାଦେଶକୁ ସମର୍ଥନ କରିଥାଆନ୍ତି। ଆମକୁ ଟିକିଏ ଅଡ଼ୁଆ ଲାଗିଥାଏ। କାରଣ ଭାରତୀୟ ଦଳ ଦର୍ଶକଙ୍କ ସମର୍ଥନ ବିନା ବିଶ୍ୱର ଯେକୌଣସି ସ୍ଥାନରେ ଖେଳିବାରେ ଅଭ୍ୟସ୍ତ ନୁହେଁ। ବାଂଲାଦେଶ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଭାରତୀୟ ଦଳକୁ କୌଣସି ସମର୍ଥନ ମିଳେନାହିଁ। ପୁଣି ସେମାନଙ୍କ ପଛରେ ଦର୍ଶକଙ୍କ ପ୍ରବଳ ସମର୍ଥନ ରହିଲେ ବାଂଲାଦେଶ ଏକ ଭିନ୍ନ ଦଳ ପରି ମନେ ହୋଇଥାଏ। ଫଳରେ ଆମେ ଭଲ ପ୍ରଦର୍ଶନ କରିବାକୁ ଆହୁରି ସଜାଗ ହୋଇ ଯାଉଥାଉ। ୨୦୧୯ ବିଶ୍ୱକପ୍‍ ବେଳେ ମଧ୍ୟ ଇଂଲଣ୍ଡରେ ସମସ୍ତ ମ୍ୟାଚ୍‍ରେ ବାଂଲା ଦଳକୁ ବହୁତ ସମର୍ଥନ ମିଳିଥିଲା। ତେଣୁ ଏହି ବିଶ୍ୱକପ୍‍ରେ ବାଂଲାଦେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ଗତ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟ- ୨୦୧୫ ଓ ୨୦୧୮ ବିଶ୍ୱକପ୍‍ ଏବଂ ୨୦୧୭ ଚମ୍ପିଆନ୍‍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ଶତକ ହାସଲ କରିଥିଲେ। ଏହି ୩ଟିଯାକ ମ୍ୟାଚ୍‍ରେ ଭାରତ ଜିତିଥିଲା। ନିକଟ ଅତୀତରେ ଭାରତ ଓ ବାଂଲାଦେଶ ମଧ୍ୟରେ କିଛି ରୋମାଞ୍ଚକର ମ୍ୟାଚ୍‍ ଖେଳାଯାଇଛି। ଏପରିକି ଚଳିତବର୍ଷର ୧୯ବର୍ଷରୁ କମ୍‍ ବିଶ୍ୱକପ୍‍ ଫାଇନାଲ ପରେ ଭାରତ ଓ ବାଂଲାଦେଶର ଖେଳାଳି ପଡ଼ିଆରେ ମାଡ଼ପିଟ କରିଥିଲେ। ଭାରତକୁ ହରାଇ ବାଂଲାଦେଶ ପ୍ରଥମଥର ଏହି ବିଶ୍ୱକପ୍‍ ଜିତିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories