www.samajalive.in
Sunday, December 14, 2025
26.1 C
Bhubaneswar

ମହାଜନି ବନ୍ଦ କରନ୍ତୁ ସରକାର : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜକୁ ପୁନର୍ବାର ତୀବ୍ର ସମାଲୋଚନା କରିଛନ୍ତି। ସରକାର ମହାଜନ ଭଳି ବ୍ୟବହାର କରୁଛନ୍ତି। ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ ରୋଜଗାର ହରାଇ ସଂକଟରେ ପଡ଼ିଥିବା ଚାଷୀ ଓ ଶ୍ରମିକଙ୍କୁ ଅଧିକ ଋଣଗ୍ରସ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଋଣ ବଦଳରେ ଶ୍ରମିକ ଓ କୃଷକଙ୍କ ହାତରେ ନଗଦ ଟଙ୍କା ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଆର୍ଥିକ ପ୍ୟାକେଜ ଉପରେ ପୁନର୍ବିଚାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ରାହୁଲ କହିଛନ୍ତିି ଯେ ପ୍ରକୃତ ଝଡ଼ ଅଦ୍ୟାବଧି ଆସି ନାହିଁ। ଯେତେବେଳେ ଏହା ଏବେ ମୁଣ୍ଡ ଉପରେ ରହିଛି; ଆସିବା ମାତ୍ରେ ଦେଶରେ ବଡ଼ ଧରଣର ଆର୍ଥିକ କ୍ଷତି ପହଞ୍ଚାଇବ। ଏଥିରେ ସବୁବର୍ଗର ଜନତା କ୍ଷତିଗ୍ରସ୍ତ ହେବେ। କରୋନା ଭୂତାଣୁ ଅପେକ୍ଷା ଏହା ଦେଶ ଓ ଜନତାଙ୍କର ଅଧିକ କ୍ଷତି ପହଞ୍ଚାଇବ। ସାମ୍ପ୍ରତିକ ପରିସ୍ଥିତିରେ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଭୁଲ୍‌। ଜନତାଙ୍କୁ ଅଧିକ ଋଣଗ୍ରସ୍ତ କରିବା ଅପେକ୍ଷା ସେମାନଙ୍କ ଋଣ ହ୍ରାସ ସହ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ। ତାଲାବନ୍ଦ ଘୋଷଣା ସହିତ ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଏବେ ସେମାନଙ୍କୁ ନେଇ ଯେଉଁ ସଂକଟ ସୃଷ୍ଟି ହୋଇଛି ସେଥିପ୍ରତି ଚିନ୍ତା କରିବା ଦରକାର। ଗରିବ ଜନତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଭାବେ ଟଙ୍କା ଜମା କରିବା ଉଚିତ। ତାଲାବନ୍ଦକୁ ବିବେକାନୁମୋଦିତ ଓ ବୁଦ୍ଧିମତାର ସହ ଭାବେ ପ୍ରତ୍ୟାହାର କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାହୁଲ ଶ୍ରମିକଙ୍କ ସମସ୍ୟା ସମାଧାନ ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଶ୍ରମିକମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ନରେଗା ଯୋଜନାରେ ଅନ୍ୟୁନ ୨୦୦ଦିନର କାମ ଯୋଗାଇଦେବାକୁ ସେ ଦାବି କରିଛନ୍ତି। ରାସ୍ତାରେ ଶହଶହ କିଲୋମିଟର ଚାଲୁଥିବା ଶ୍ରମିକଙ୍କ ହାତରେ ଟଙ୍କା ନାହିଁ। ସରକାର ଏହା ଯୋଗାଇ ଦେବାକୁ ପ୍ରଯତ୍ନ କରନ୍ତୁ। ରାହୁଲ ଶନିବାର ଘରକୁ ଫେରିବା ପାଇଁ ରାଜଧାନୀର ରାସ୍ତାଘାଟରେ ଅପେକ୍ଷାରତ ପ୍ରବାସୀ ଶ୍ରମିକଙ୍କୁ ଭେଟିଛନ୍ତି। ସେ ସେମାନଙ୍କ ଭଲମନ୍ଦ ବୁଝିଛନ୍ତି। ସୁଖଦେବ ବିହାର ଫ୍ଲାଇଓଭର ନିକଟରେ ଶ୍ରମିକଙ୍କ ସହ ରାସ୍ତାରେ ବସି ଆଲୋଚନା କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଶ୍ରମିକମାନେ ରାହୁଲଙ୍କୁ ଧନ୍ୟବାଦ ଦେବା ସହ କେହି ତାଙ୍କ କଥା ବୁଝୁ ନ ଥିବା କହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories