www.samajalive.in
Sunday, December 14, 2025
14.1 C
Bhubaneswar

ଟ୍ରେନ୍‌ରେ ଫେରିବାକୁ ଧୈର୍ଯ୍ୟ ନାହିଁ !

ନୂଆଦିଲ୍ଲୀ : ମଇ ୧ରୁ ଅଦ୍ୟାବଧି ରେଳବାଇ ପକ୍ଷରୁ ୧ହଜାରରୁ ଅଧିକ ଶ୍ରମିକ ସ୍ବତନ୍ତ୍ର ରେଳ ଚଳାଚଳ ସହ ୧୪ ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। କେବଳ ମହାରାଷ୍ଟ୍ରରୁ ୧୦ହଜାର ବସ୍‌ରେ ଦେଢ଼ ଲକ୍ଷ ଶ୍ରମିକ ବିଭିନ୍ନ ସ୍ଥାନକୁ ଫେରିଲେଣି। ଏହା ସତ୍ତ୍ବେ ଘରକୁ ଫେରିବା ପାଇଁ ବ୍ୟଗ୍ର ଶ୍ରମିକମାନେ ଟ୍ରକ୍‌, ଅଟୋରିକ୍ସା କିମ୍ବା ଯେକୌଣସି ଯାନ ଯୋଗେ ହଜାର ହଜାର ସଂଖ୍ୟାରେ ଘରକୁ ଫେରିବାରେ ଲାଗିଛନ୍ତିି। ସେଥିଯୋଗୁଁ ଦୁର୍ଘଟଣାରେ ମାସକ ମଧ୍ୟରେ ପ୍ରାୟ ୧୨୦ ଶ୍ରମିକଙ୍କ ପ୍ରାଣହାନି ଘଟିଲାଣି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟର ବୋଲି ଜଣାପଡ଼ିଛି। ରେଳଗାଡ଼ିକୁ ଅପେକ୍ଷା ନ କରି ଶ୍ରମିକମାନେ କାହିଁକି ବିପଦପୂର୍ଣ୍ଣ ଭାବେ ଫେରୁଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ରେଳ ଟିକଟ ପାଇଁ ଅସମ୍ଭବ ଭିଡ଼, ଟିକଟ ନ ମିଳିବା ଯୋଗୁଁ ଅଧୈର୍ଯ୍ୟ ଶ୍ରମିକମାନେ ଯେକୌଣସି ଉପାୟରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ପୁନଶ୍ଚ ନିଜ ରାଜ୍ୟକୁ ଫେରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିବା ଓ ଅନୁମତି ପାଇବା ସହଜ ହେଉ ନାହିଁ। ଗୋଟିଏ ଅଟୋରିକ୍ସାରେ ୫ଜଣଙ୍କ ସ୍ଥାନରେ ୨୦ଜଣ ଓ ବଡ଼ ଅଟୋରେ ୨୫ରୁ ୩୦ ଜଣ ଲଦାଲଦି ହୋଇ ଆସୁଛନ୍ତି। ଛୋଟ ଟ୍ରକ୍‌ରେ ୪୦ରୁ ୬୦ ଓ ବଡ଼ ଟ୍ରକ୍‌ରେ ପ୍ରାୟ ୧୦୦ଜଣ ପଣ୍ୟଦ୍ରବ୍ୟ ଭଳି ଫେରୁଛନ୍ତି। ଟ୍ରକ୍‌ ଉପରେ ମଧ୍ୟ ଅନେକ ବିପଜ୍ଜନକ ଭାବେ ଫେରୁଛନ୍ତି। ଏଥିପାଇଁ ୧୫୦୦ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ବିପୁଳ ବ୍ୟୟ କରୁଥିଲେ ମଧ୍ୟ ପରବାୟ କରୁ ନାହାନ୍ତି। ସରକାରଙ୍କ ସ୍ପଷ୍ଟ ନୀତି ଅଭାବରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories