www.samajalive.in
Tuesday, December 9, 2025
15.1 C
Bhubaneswar

ଗର୍ଭିଣୀ ହାତୀକୁ ବର୍ବରତାର ହତ୍ୟା ଘଟଣା, ଏତେ କ୍ରୁର ହୋଇପାରେ ମଣିଷ : ରୋହିତ

ନୂଆଦିଲ୍ଲୀ : ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରି ଖୁଆଇ ହତ୍ୟା କରିବା ଭଳି ହୃଦୟ ବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ୨୭ରେ କେରଳର ମାଲାପୁରମ୍‌ରେ ଘଟିଥିବା ଏହି ହାତୀ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
ଏହି ଅମାନବୀୟ ବର୍ବରତାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ୟ୍ୟନ୍ତ ସମସ୍ତେ ହାତୀକୁ ନୃଶଂସ ଭାବେ ମାରିଥିବା ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣାକୁ ମଧ୍ୟ କ୍ରିକେଟରମାନେ ଘୋର ନିନ୍ଦା କରିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନର ତଥା ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟ୍ବିଟ୍‌ କରି କହିଛନ୍ତି ଯେ, ଏଭଳି ହୃଦୟବିଦାରକ ଘଟଣା ମୋତେ ବ୍ୟକ୍ତିଗତ ଭାବେ ବହୁତ ବ୍ୟଥିତ କରିଛି। ଜଣେ ଏତେ କ୍ରୁର ହୋଇପାରେ। ଜଣେ ପଶୁଙ୍କୁ ଏଭଳି ହତ୍ୟା କରିବା ବର୍ବରତାର ସୀମା ଟପି ଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ। ସେହିପରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ଏଭଳି ଘଟଣା ମୋତେ ଆଶ୍ଚର୍ୟ୍ୟ କରିଛି। ମଣିଷ ସମାଜ ସହିତ ପଶୁପକ୍ଷୀ ଜଡିତ ରହିଛନ୍ତି। ପଶୁପକ୍ଷୀଙ୍କୁ ଆଦର କରନ୍ତୁ ଆଉ ଏଭଳି ଘଟଣାର ଅନ୍ତ କରନ୍ତୁ ବୋଲି ବିରାଟ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories