www.samajalive.in
Sunday, December 7, 2025
13.1 C
Bhubaneswar

ଦୀର୍ଘ ୮ଘଣ୍ଟା ପରେ ଧରାପଡିଲା ଆତଙ୍କ ଖେଳାଇଥିବା ବାଘ

ଖଇରା : ଧରା ପଡିଲା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ।  ଦୀର୍ଘ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନବିଭାଗ ବାଘଟିକୁ କାବୁ କରିବାରେ ସଫଳ ହୋଇଛି।  ଶନିବାର ବାଘ ଆକ୍ରମଣରେ ୫ ଜଣଙ୍କ ସମେତ ଜଣେ ବନପାଳ ଆହତ ହୋଇଥିଲେ । ସେମାନେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ଗାଁର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା  ଏବଂ ତାଙ୍କ ପୁଅ ଘର ପାଖ ବାଡିରେ କାମ କରୁଥିଲେ। ହଠାତ୍ ବାଘଟି ସେଠାରେ ସତ୍ୟଭାମାଙ୍କୁ ଆକ୍ରମଣ କରିଥିଲା। ସେ ଚିତ୍କାର କରିବାରୁ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ପରେ ବାଘଟି ଗାଁରେ ପଶିଥିଲା। ଗାଁ ଲୋକ ଏକତ୍ର ହୋଇ ଗୋଡ଼ାଇବାରୁ ବାଘଟି କେଉଁଠାରେ ଲୁଚିଯାଇଥିଲା। ବନ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ବଣରେ ଖୋଜିଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘର ବାଡ଼ିକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ ଏବଂ  ସେଠାରେ ଉପସ୍ଥିତ ଥିବା ଟଙ୍କରଧର କେସି , ଅର୍ଜୁନପୁର ଗାଁର ପ୍ରଫୁଲ୍ଲ ଦାସ, କଡମିଆଁ ଗାଁର ନିରଞ୍ଜନ ମୁଖୀ ଓ ଔପଦା ବନପାଳ କିଶୋର ଭୂୟାଁଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ଏହି ୬ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ସମସ୍ତଙ୍କୁ ତୁରନ୍ତ ଖଇରା ଡାକ୍ତରଖାନାକୁ ନିଆଯାଇଥିଲା। ଦୀର୍ଘ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନବିଭାଗ ବାଘଟିକୁ କାବୁ କରିବାରେ ସଫଳ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories