www.samajalive.in
Tuesday, December 9, 2025
26.1 C
Bhubaneswar

ରୋଡ଼୍ ରୋମିଓ ସାବଧାନ ! କଡ଼ା ନଜର ରଖିଛନ୍ତି ଏସ୍‌ପିଓ

ଭୁବନେଶ୍ବର: କଟକ-ଭୁବନେଶ୍ୱରର ରାସ୍ତା ଓ ଛକରେ ମହିଳାଙ୍କୁ ଅସଦାଚରଣ ତଥା ହଇରାଣ କରିବା ପୂର୍ବରୁ ଏଣିକି ୧୦୦ ଥର ଭାବିବେ ରୋଡ଼୍‌ ରୋମିଓ। ନଚେତ୍ କଡ଼ା ଜବାବ ଦେବେ ସ୍ପେଶାଲ ପୁଲିସ୍ ଅଫିସର(ଏସ୍‌ପିଓ)। ଯୁବତୀ ଓ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତମାନଙ୍କୁ ସାବାଡ୍‌ କରିବେ ଏହି ଏସ୍‌ପିଓ। କମିଶନରେଟ୍ ପୁଲିସର ସମସ୍ତ କ୍ଷମତା ଏବେ ଏମାନଙ୍କ ପାଖରେ ରହିବ। କମିଶନରେଟ୍ ପୁଲିସର ୧୩ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଗୁରୁବାର ୩୦୦ ମହିଳାଙ୍କୁ ନେଇ ଏକ ଏସ୍‌ପିଓ ୟୁନିଟ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁଲିସ୍ କମିଶନର୍ ଡ. ସୁଂଧାଶୁ ଷଡ଼ଙ୍ଗୀ ଏସ୍‌ପିଓଙ୍କ କ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।
କମିଶନରଙ୍କ କହିବାନୁସାରେ, ଏସ୍‌ପିଓ ହେଉଛନ୍ତି ପୁଲିସର ଆଖି ଓ କାନ। କମିଶନରେଟ୍ ପୁଲିସର ଯାହା କ୍ଷମତା ରହିଛି, ସମାନ କ୍ଷମତା ଏସ୍‌ପିଓଙ୍କର ମଧ୍ୟ ରହିଛି। ରାସ୍ତାରେ କଣ ହେଉଛି, ମହିଳାଙ୍କ ସହ କିଭଳି ବ୍ୟବହାର କରାଯାଉଛି, ଏଣିକି ସେ ସମସ୍ତ ଘଟଣା ଉପରେ ନଜର ରଖିବା ସହ ସେ ସମ୍ପର୍କରେ ସୂଚନା ଦେବେ ଏସ୍‌ପିଓ। ଖାଲି ରାସ୍ତାଘାଟରେ ନୁହେଁ, କର୍ମକ୍ଷେତ୍ରରେ ହେଉଥିବା ଅସଦାଚରଣକୁ ନେଇ ମଧ୍ୟ ଏମାନେ ସଜାଗ ରହିବେ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ଏମାନେ ଗିରଫ କରିପାରିବେ। ନବ ନିଯୁକ୍ତ ହୋଇଥିବା ଏସ୍‌ପିଓ କଟକ ଓ ଭୁବନେଶ୍ୱରର ୫୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନରୁ ସାମିଲ ହୋଇଛନ୍ତି। ଆଇଟି, କଲ ସେଣ୍ଟର ଓ କଲେଜ ଆଦିରୁ ଯୁବତୀମାନେ ଏଥିରେ ଯୋଗ ଦେଇଛନ୍ତି। ସମସ୍ତ ଏସ୍‌ପିଓଙ୍କୁ କମିଶନର ଷଡଙ୍ଗୀ ସ୍ୱତନ୍ତ୍ର ଟି-ସାର୍ଟ ପ୍ରଦାନ କରିଛନ୍ତି। ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଓଲିଉଡ଼ କଳାକାର ସବ୍ୟସାଚୀ, ଅର୍ଚ୍ଚିତା ଓ ଭୂମିକା ପ୍ରମୁଖ ଯୋଗ ଦେଇଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories