ଚାରବାଟିଆ-ମଙ୍ଗରାଜପୁର ରାସ୍ତା ଉନ୍ନତିକରଣ ଶିଳାନ୍ୟାସ
ଚୌଦ୍ୱାର : ଚୌଦ୍ୱର ପୌରାଞ୍ଚଳ ଅନ୍ତଗତ ଚାରବାଟିଆ ବଜାର ଠାରୁ ମଙ୍ଗରାଜପୁର ପର୍ଯନ୍ତ ପୁର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିରାଟ ବଜାରରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ୫ କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୧୦ କିମି ଦୀର୍ଘ ଏହି ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ସାହୁ, କନିଷ୍ଠ ଯନ୍ତ୍ରୀ କଳ୍ପନା ସହୁ, ପ୍ରଦ୍ୟୁମ୍ନ ବିଶ୍ୱାଳ, ପୌରପାଳିକା ବିଭିନ୍ନ ୱାର୍ଡ଼ର କାଉନସିଲର, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ଜିଲା ପରିଷଦ, ସମିତି ସଦସ୍ୟ, ଦଳୀୟ ନେତୃ ମଣ୍ଡଳୀ, ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିରାଟ ବଜର ଦୂର୍ଗା ମଣ୍ଡପ ଠାରୁ ଏହି କାର୍ଯ୍ୟ ଆରମ୍ଭ ହେଉଥିବାରୁ ମଣ୍ଡପ ନିକଟରୁ ରାସ୍ତାର ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୁଇ ପାଖରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ସ୍ଥାନ ଖାଲି କରିବାପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିବା ସହିତ ଏହି ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି ।
Comments are closed.